ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୪୫ ପ୍ରାର୍ଥୀଙ୍କ ନାମାଙ୍କନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୪୫ ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୪୪୫ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ଆସନ ପାଇଁ ମୋଟ ୬୧ଜଣ ଓ ୪୨ଟି ବିଧାନସଭା ଆସନ ନିମନ୍ତେ ୩୮୪ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ବିଧାନସଭା ପାଇଁ ୧୭୭ଜଣ ଓ ଲୋକସଭା ପାଇଁ ୨୯ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଏବେସୁଦ୍ଧା ରାଜ୍ୟରେ ମୋଟ ୮୬୬୦ଟି ଜାମିନବିହୀନ ଗିରଫ ପରୱାନା କାର୍ଯ୍ୟକାରୀ ହୋଇଥିବାବେଳେ ୪୭,୫୩୨ଜଣଙ୍କୁ ଅଟକ ରଖାଯାଇଛି। ୫୦୪୪ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜିଲ୍ଲା ପ୍ରଶାସନ ପାଖରେ ଜମା ହୋଇଥିବାବେଳେ ୨୧୪ଟି ଅଣଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆଜି ସୁଦ୍ଧା ରାଜ୍ୟରେ ପ୍ରାୟ ୩.୩୧ କୋଟି ଟଙ୍କାର ମଦ ଜବତ କରାଯାଇଛି। ପୁଲିସ୍ ଓ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ଦ୍ୱାରା ଆଜିସୁଦ୍ଧା ୨.୩୧କୋଟି ଟଙ୍କା ନଗଦ ଜବତ ହୋଇଛି।



from Odisha Reporter http://bit.ly/2UrXc3U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages