
ଲକ୍ଷ୍ନୌ: ବିଜେପିର ବିଦ୍ରୋହୀ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ମଧ୍ୟ ଆସନ୍ତା ସାଧାରଣ ନିର୍ବାଚନରେ ମଧ୍ୟ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିବେ। ଶତ୍ରୁଘ୍ନ କଂଗ୍ରେସରେ ଯୋଗଦେବାକୁ ଯୋଜନା କରୁଥିବା ବେଳେ ତାଙ୍କ ପତ୍ନୀ ପୁନମ ସମାଜବାଦୀ ପାର୍ଟିରେ ଯୋଗଦେବାର ସମ୍ଭାବନା ରହିଛି।
ଖାଲି ସେତିକି ନୁହେଁ, ଆସନ୍ତା ନିର୍ବାଚନରେ ପୁନମ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରାଜନାଥ ସିଂହଙ୍କ ବିରୋଧରେ ଲଢ଼େଇ କରିବେ। ରାଜନାଥ ଲକ୍ଷ୍ନୌ ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଏବେ ସମାଜବାଦୀ ପାର୍ଟି ପୁନମଙ୍କୁ ଏହି ଆସନରେ ପ୍ରାର୍ଥୀ କରିବ। ପୁନମଙ୍କ ପ୍ରାର୍ଥିତ୍ୱକୁ ମୟାବତୀଙ୍କ ବିଏସ୍ପି ସମର୍ଥନ କରିବ। ସେହିପରି ଭଳି କଂଗ୍ରେସ ମଧ୍ୟ ଏହି ଆସନରେ କୌଣସି ପ୍ରାର୍ଥୀ ଦେବନାହିଁ। ତେଣୁ ଏଠାରେ ପୁନମ ଏବଂ ରାଜନାଥଙ୍କ ମଧ୍ୟରେ କଡ଼ା ଟକ୍କର ହେବ।
ଅନ୍ୟପକ୍ଷରେ ଆସନ୍ତା ୬ ତାରିଖରେ ଶତ୍ରୁଘ୍ନ କଂଗ୍ରେସରେ ଯୋଗଦେବେ। ତାଙ୍କୁ ଦଳ ବିହାରର ପାଟନା ସାହିବରୁ ପ୍ରାର୍ଥୀ କରିବ। ଏହି ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଛି। ୨୦୧୪ରେ ଶତ୍ରୁଘ୍ନ ବିଜେପି ଟିକେଟ୍ରେ ଏହି ଆସନରୁ ଜିତିଥିଲେ।
ଜଣେ ସମାଜବାଦୀ ପାର୍ଟିର ନେତା କହିଛନ୍ତି, “ଲକ୍ଷ୍ନୌରେ ୪ ଲକ୍ଷ କ୍ଷେତ୍ରୀୟ ଭୋଟର ରହିଥିବା ବେଳେ ୧.୩ ଲକ୍ଷ ସିନ୍ଧି ଭୋଟର ରହିଛନ୍ତି। ସେହିପରି ଏଠାରେ ୩.୫ ଲକ୍ଷ ମୁସଲିମ ରହିଛନ୍ତି। ପୁନମ ସିନ୍ଧି ସଂପ୍ରଦାୟର ହୋଇଥିବା ବେଳେ ଶତ୍ରୁଘ୍ନ କ୍ଷତ୍ରୀୟ ସଂପ୍ରଦାୟର। ତେଣୁ ଏଠାରେ ପୁନମ ଜିତିବା ଏକ ପ୍ରକାରର ନିଶ୍ଚିତ। ପୁନମଙ୍କୁ ପ୍ରାର୍ଥୀ କରିବାକୁ ସମାଜବାଦୀ ପାର୍ଟି ସମସ୍ତ କାର୍ଯ୍ୟ କରି ସାରିଛି।”
ତେବେ ଏହା ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2YLz2Qt
No comments:
Post a Comment