
ଥିରୁଭନନ୍ତପୁରମ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମ୍ପତ୍ତି ଗତ ୫ ବର୍ଷ ମଧ୍ୟରେ ୪.୮୫ କୋଟି ବଢ଼ିଛି। ୨୦୧୪ ନିର୍ବାଚନବେଳେ ତାଙ୍କ ପାଖରେ ୧୦ କୋଟି ଟଙ୍କାର ସମ୍ପତ୍ତି ଥିବା ସେ ନାମାଙ୍କନରେ ଘୋଷଣା କରିଥିଲେ।
ଏବେ ଏହା ୧୪.୮୫ କୋଟିରେ ପହଞ୍ଚିଛି। ଆଜି କେରଳର ୱାୟନାଡ଼ରେ ନାମାଙ୍କନ ପତ୍ର ଦାଖଲ କରିବା ବେଳେ ରାହୁଲ ନିଜର ସମ୍ପତ୍ତି ବାବଦରେ ଏହା ଘୋଷଣା କରିଛନ୍ତି।
ୱାୟନାଡ଼ ଜିଲ୍ଲାପାଳଙ୍କ ପାଖରେ ରାହୁଲ ଦାଖଲ କରିଥିବା ସତ୍ୟପାଠରେ ବିସ୍ତୃତ ସମ୍ପତ୍ତି ତାଲିକା ରହିଛି। ସତ୍ୟପାଠ ଅନୁସାରେ ରାହୁଲଙ୍କ ପାଖରେ ୫, ୮୦,୫୮,୭୯୯ ଟଙ୍କାର ସ୍ଥାବର ଓ ୭,୯୩,୦୩,୯୭୭ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ସେ ୨୦୧୭-୧୮ରେ ୧,୧୧,୮୫,୫୭୦ ଟଙ୍କା ଆୟ କରିଛନ୍ତି। ସେହିପରି ରାହୁଲ ନିଜ ମା’ ସୋନିଆ ଗାନ୍ଧିଙ୍କ ଠାରୁ ବ୍ୟକ୍ତିଗତ ଭାବେ ୫ ଲକ୍ଷ ଟଙ୍କା ଋଣ ନେଇଛନ୍ତି।
ରାହୁଲ ବିଭିନ୍ନ ସୂତ୍ରରୁ ୭୨,୦୧,୯୦୪ ଟଙ୍କା କରଜ କରିଛନ୍ତି। ତାଙ୍କ ନିଜ ନାଁରେ ୮,୭୫,୭୦,୦୦୦ ଟଙ୍କାର ସମ୍ପତ୍ତି ରହିଛି। ବିଭିନ୍ନ ବ୍ୟାଙ୍କରେ ରାହୁଲ ମୋଟ ୧୭,୯୩,୬୯୩ ଟଙ୍କା ଜମା ରଖିଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ପାଖରେ ୪୦,୦୦୦ ଟଙ୍କା ନଗଦ ଟଙ୍କା ରହିଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
ରାହୁଲ ୨୦୧୪ ନିର୍ବାଚନ ବେଳେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ତାଙ୍କ ପାଖରେ ୮,୦୭,୫୮,୨୫୬ ଟଙ୍କାର ସ୍ଥାବର ଓ ୧,୩୨,୪୮, ୨୮୪ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିଲା। ସେହିପରି ୨୦୧୨-୧୩ରେ ତାଙ୍କ ଆୟ ୯୨, ୪୬,୯୭୩ ଟଙ୍କା ରହିଥିଲା ବୋଲି ସେ ଦର୍ଶାଇଥିଲେ।
from Odisha Reporter https://ift.tt/2HY4C8k
No comments:
Post a Comment