
ନୂଆଦିଲ୍ଲୀ: କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇ ପୁଣିଥରେ କ୍ରିକେଟ ପଡ଼ିଆକୁ ଜବରଦସ୍ତ କମ୍ବ୍ୟାକ୍ କରିଥିବା ଯୁବରାଜ ସିଂହ ଆଜି ବିଶ୍ୱସ୍ୱାସ୍ଥ୍ୟ ଦିବସକୁ ବେଶ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ଟ୍ୱିଟ କରି ସମସ୍ତଙ୍କୁ ଶୁଭେଚ୍ଛା ଦେବା ସହ ସମଗ୍ର ବିଶ୍ୱକୁ ଯୁବରାଜ “ୟୁନିଭର୍ସାଲ ହେଲ୍ଥ କଭରେଜ୍” ସମ୍ପନ୍ନ ହେବା ଦେଖିବାକୁ ଚାହୁଁଥିବା କହିଛନ୍ତି। ଏଥିସହ ସେ ସମସ୍ତେ କେମିତି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇପାରିବେ, ତାହା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ଓ ଏଥିପାଇଁ ଜଣେ ଅନ୍ୟଜଣଙ୍କୁ ସହଯୋଗ କରିବା ଦରକାର ବୋଲି କହିଛନ୍ତି।
୨୦୧୧ରେ ଯୁବରାଜ କ୍ୟାନ୍ସରେ ପୀଡ଼ିତ ହୋଇଥିବାରୁ ଚିକିତ୍ସା ପାଇଁ ବୋଷ୍ଟନ ଯାଇଥିଲେ। ସେଠାରେ ଗୋଟିଏ ବର୍ଷ ରହି ଚିକିତ୍ସିତ ହେବା ପରେ ସେ ସ୍ୱଦେଶ ଫେରିଥିଲେ।
ସେହିପରି ‘କ୍ରିକେଟର ଭଗବାନ’ ସଚିନ୍ ତେନ୍ଦୁଲକର ମଧ୍ୟ ସମସ୍ତଙ୍କୁ ସୁସ୍ଥ ଓ ଫିଟ୍ ରହିବାକୁ ଆଜିର ଦିନରେ ବାର୍ତ୍ତା ଦେଇଛନ୍ତି। ଯୁବରାଜ ଓ ସଚିନଙ୍କ ବ୍ୟତୀତ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଆଜିର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
from Odisha Reporter http://bit.ly/2UBCttE
No comments:
Post a Comment