ଟସ୍ ଜିତିଲା କେକେଆର, ପ୍ରଥମେ ବ୍ୟାଟିଂ କରିବ ଆରସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ଟସ୍ ଜିତିଲା କେକେଆର, ପ୍ରଥମେ ବ୍ୟାଟିଂ କରିବ ଆରସିବି

ବେଙ୍ଗାଲୁରୁ: ଚଳିତ ଆଇପିଏଲର ୧୭ତମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କେକେଆର ଅଧିନାୟକ ଦିନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ପ୍ରଥମେ ବ୍ୟାଟିଂ କରିବ।

ଲଗାତାର ଚାରୋଟି ମ୍ୟାଚରେ ହାରିଥିବା ଆରସିବି ଚୂଡ଼ାନ୍ତ ଦଳରେ କିଛି ପରିବର୍ତ୍ତନ କରିଛି। ଶିମରନ ହେଟମେୟରଙ୍କ ସ୍ଥାନରେ ଟିମ୍ ସାଉଦି ଓ ଉମେଶ ଯାଦବଙ୍କ ସ୍ଥାନରେ ପବନ ନେଗିଙ୍କୁ ସାମିଲ କରାଯାଇଛି। ସେହିପରି କେକେଆର ଦଳକୁ ସୁନୀଲ ନରିନ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଆରସିବି ଏକାଦଶ: ବିରାଟ କୋହଲି (ଅଧିନାୟକ), ପାର୍ଥିବ ପଟେଲ, ଏବି ଡି’ଭିଲିୟର୍ସ, ମାର୍କସ ଷ୍ଟୋଇନିସ, ମୋଇନ ଅଲୀ, ଅକ୍ଷଦୀପ ନାଥ, ପବନ ନେଗି, ନବଦୀପ ସାଇନି, ଟିମ୍ ସାଉଦି, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ ।

କେକେଆର ଏକାଦଶ: ସୁନୀଲ ନରିନ୍, କ୍ରିସ ଲିନ୍, ରବିନ୍ ଉଥାପ୍ପା, ନୀତୀଶ ରାଣା, ଦିନେଶ କାର୍ତ୍ତିକ (ଅଧିନାୟକ), ଶୁବମାନ ଗିଲ, ଆନ୍ଦ୍ରେ ରସେଲ, ପୀୟୂଷ ଚାୱଲା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ଲକି ଫର୍ଗୁସନ୍ ।



from Odisha Reporter http://bit.ly/2ONQW0j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages