ଜେଟ୍‌ ଏୟାରୱେଜର ବିମାନ ସେବା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ଜେଟ୍‌ ଏୟାରୱେଜର ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ଆର୍ଥିକ ଦେବାଳିଆ ହୋଇଯାଇଥିବା ଜେଟ୍ ଏୟାରୱେଜ ଆଜି ରାତିରୁ ହିଁ ଏହାର ସମସ୍ତ ବିମାନ ସେବାକୁ ଅସ୍ଥାୟୀ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଆର୍ଥିକ କ୍ଷତି ସହି ଚାଲିଥିବାରୁ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ଆଜି ରାତି ୧୦.୩୦ରେ କମ୍ପାନୀ ପକ୍ଷରୁ ଶେଷ ବିମାନ ଅମୃତସର-ମୁମ୍ବାଇ-ଦିଲ୍ଲୀକୁ ଉଡ଼ିଥିଲା। ଏହାପରେ କମ୍ପାନୀ କୌଣସି ବିମାନ ଉଡ଼ାଇବ ନାହିଁ ବୋଲି କହିଛି। ବର୍ତ୍ତମାନ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ୧୬ ହଜାର କର୍ମଚାରୀଙ୍କ ଭାଗ୍ୟ ଅନ୍ଧକାର ମଧ୍ୟକୁ ଚାଲିଯାଇଛି। କମ୍ପାନୀ ବର୍ତ୍ତମାନ ୮,୫୦୦ କୋଟିର ଋଣରେ ବୁଡ଼ି ରହିଛି।

ଫଳରେ ଜେଟ୍‌ କମ୍ପାନୀ କର୍ମଚାରୀଙ୍କୁ ଦରମା ଦେବାରେ ଅକ୍ଷମ ହୋଇଥିଲା। କମ୍ପାନୀର ବରିଷ୍ଠ କର୍ମଚାରୀମାନେ ଜାନୁଆରୀ ମାସରୁ ଦରମା ପାଇ ନଥିବା ବେଳେ ଅନ୍ୟମାନେ ମାର୍ଚ୍ଚ ମାସରୁ ଦରମା ପାଉ ନଥିଲେ।

କିଛି ଦିନ ପୂର୍ବରୁ କମ୍ପାନୀ ୩୫-୪୦ଟି ବିମାନ ଚଳାଉଥିବା ବେଳେ ଆଜି ସକାଳେ ଏହି ସଂଖ୍ୟା ୬କୁ ଖସି ଆସିଥିଲା। ତେବେ ଆଜି ରାତିରୁ ଏହି ୬ଟି ବିମାନ ମଧ୍ୟ ସେବା ଯୋଗାଇ ପାରିବେ ନାହିଁ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଅତି ଜଟିଳ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ ଏହାର ଦୈନନ୍ଦିନ ଖର୍ଚ୍ଚ ଲାଗି ୪ ଶହ କୋଟି ଟଙ୍କାର ଇମରଜେନ୍ସି ଫଣ୍ଡ ଆବଶ୍ୟକ କରୁଥିଲା।

ଏନେଇ କମ୍ପାନୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଠାରୁ ଏହି ପାଣ୍ଠି ଆଣିବାକୁ ଚାହିଁଥିଲା। ତେବେ କମ୍ପାନୀର ସିଂହଭାଗ ଅଧିଗ୍ରହଣ ପାଇଁ କୌଣସି ନିବେଶକାରୀ ନମିଳିବା କାରଣରୁ ବ୍ୟାଙ୍କ୍ ଟଙ୍କା ଦେବାକୁ ମନା କରିଦେଇଥିଲା। ତଥାପି ବ୍ୟାଙ୍କ କମ୍ପାନୀକୁ ଚାଲୁ ରଖିବାକୁ ୧୫ଶହ କୋଟି ଦେବାକୁ ପ୍ରଥମେ କହିଥିଲା। ହେଲେ ଏବେ ଏହି ଅର୍ଥକୁ ୨୫୦ କୋଟିକୁ ହ୍ରାସ କରିଥିଲା। ଫଳରେ ଦୀର୍ଘ ୨୬ ବର୍ଷ ହେଲା ବିମାନ ସେବା ଯୋଗାଇ ଆସୁଥିବା ଜେଟ ଏୟାରୱେଜ୍‌ ସେବା ବନ୍ଦ କରିବାକୁ ବାଧ୍ୟ ହୋଇଛି।



from Odisha Reporter http://bit.ly/2UoFkSz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages