୪ର୍ଥଥର ପାଇଁ ଆଇପିଏଲ୍‌ରେ ମ୍ୟାଚ୍‌ ଖେଳିଲେନି ଧୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

୪ର୍ଥଥର ପାଇଁ ଆଇପିଏଲ୍‌ରେ ମ୍ୟାଚ୍‌ ଖେଳିଲେନି ଧୋନି

ହାଇଦ୍ରାବାଦ: ଚେନ୍ନାଇ ସୁପରକିଙ୍ଗସ୍‌ର ନିୟମିତ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍‌ ଇତିହାସରେ ୪ର୍ଥ ଥର ପାଇଁ କୌଣସି ମ୍ୟାଚ୍‌ ଖେଳୁନାହାନ୍ତି। ଆଜି ଚେନ୍ନାଇ ଓ ସନରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ମୁକାବିଲା ହେଉଛି। ଆହତ ସମସ୍ୟା ଥାଇ ଦୁଇଟି ମ୍ୟାଚ୍‌ ଖେଳିଥିବା ଧୋନିଙ୍କୁ ଆଜି ମ୍ୟାନେଜମେଣ୍ଟ ବିଶ୍ରାମ ଦେଇଛି। ଏହି ମ୍ୟାଚ୍‌ରେ ଚେନ୍ନାଇର ନେତୃତ୍ୱ ଅଭିଜ୍ଞ ସୁରେଶ ରାଇନା ନେଉଛନ୍ତି। ୨୦୧୦ ପରେ ଧୋନିଙ୍କ ବିନା ଚେନ୍ନାଇ ଆଜି ମ୍ୟାଚ୍‌ ଖେଳୁଛି।

୨୦୧୯ ଆଇପିଏଲ୍‌ ଆରମ୍ଭରୁ ଚେନ୍ନାଇ ପାଇଁ ଧୋନି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଚେନ୍ନାଇ ପକ୍ଷରୁ ଗତ ୮ଟି ମ୍ୟାଚ୍‌ରେ ଧୋନି ହିଁ ଲିଡିଂ ରନ୍‌ ସ୍କୋରର ହୋଇଛନ୍ତି। ସେ ୮ଟି ମ୍ୟାଚ୍‌ରୁ ୨ଟି ଅର୍ଦ୍ଧଶତକ ସହ ୨୩୦ ରନ୍‌ ହାସଲ କରିଛନ୍ତି। ବର୍ତ୍ତମାନ ଚେନ୍ନାଇ ୧୪ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି।

ଧୋନି ଆଇପିଏଲର ୨୦୧୦ ମାର୍ଚ୍ଚ ୧୯ ତାରିଖରେ ଅନୁଷ୍ଠିତ ଦିଲ୍ଲୀ ବିପକ୍ଷ ମ୍ୟାଚ୍ ଖେଳି ନଥିଲେ। ଏହି ମ୍ୟାଚ୍‌ରେ ଚେନ୍ନାଇ ୫ ୱିକେଟ୍‌ରେ ଜିତିଥିଲା। ଏହାପରେ ସେହିବର୍ଷ ମାର୍ଚ୍ଚ ୨୧ରେ ପଞ୍ଜାବ ବିପକ୍ଷରେ ମଧ୍ୟ ଧୋନି ଖେଳି ନଥିଲେ। ଏହି ମ୍ୟାଚ୍‌ରେ ପଞ୍ଜାବ ସୁପର୍‌ ଓଭର୍‌ରେ ଜିତିଥିଲା। ମାର୍ଚ୍ଚ ୨୩ରେ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଧୋନି ଅନୁପସ୍ଥିତ ରହିଥିଲେ। ଧୋନିଙ୍କ ଅନୁପସ୍ଥିତି ଯୋଗୁ ଚେନ୍ନାଇ ୩୬ରେ ମ୍ୟାଚ୍‌ଟିକୁ ହାରିଥିଲା।



from Odisha Reporter http://bit.ly/2KIsWNv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages