ଆତଙ୍କୀଙ୍କ ନୂଆ ଚାଲ, ବାଇକ୍‌ ଦ୍ୱାରା ବିସ୍ଫୋରଣ କରିବାକୁ ଯୋଜନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଆତଙ୍କୀଙ୍କ ନୂଆ ଚାଲ, ବାଇକ୍‌ ଦ୍ୱାରା ବିସ୍ଫୋରଣ କରିବାକୁ ଯୋଜନା!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମା ଆତ୍ମଘାତୀ ଭଳି ଆକ୍ରମଣ କରିବାକୁ ଏବେ ପୁଣିଥରେ ଆତଙ୍କବାଦୀମାନେ ଯୋଜନା ଆରମ୍ଭ କରିଛନ୍ତି। ତେବେ ଏଥର କାର୍‌ ନୁହେଁ ବରଂ ମୋଟରସାଇକେଲ୍‌ ଦ୍ୱାରା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତ୍ମଘାତୀ ହମ୍‌ଲା କରିବାକୁ ଆତଙ୍କବାଦୀମାନେ ବ୍ଲୁ-ପ୍ରିଣ୍ଟ ଜାରି କରିଛନ୍ତି। ଏନେଇ ଆଜି ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ସମଗ୍ର ଜମ୍ମୁ-କଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି।

ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ, ପୁଲୱାମା ହମ୍‌ଲା ପାଇଁ ଆତଙ୍କବାଦୀମାନେ କାର୍‌ର ବ୍ୟବହାର କରିଥିଲେ। ଏକ କାର୍‌ରେ ବିସ୍ଫୋରକ ଖଞ୍ଜି ଆତଙ୍କବାଦୀମାନେ ସିଆରପିଏଫ୍‌ର କନଭୟକୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ଏବେ ସୁରକ୍ଷାକର୍ମୀମାନେ କାର ଚଳାଚଳ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ତେଣୁ କାର୍‌ ଦ୍ୱାରା ପୁଣିଥିରେ ଆକ୍ରମଣ କରିବା ସହଜ ନୁହେଁ ବୋଲି ଆତଙ୍କବାଦୀମାନେ ଆଶଙ୍କା କରିଛନ୍ତି।

ତେଣୁ ସେମାନେ ବାଇକ୍‌ର ଉଭୟ ପାର୍ଶ୍ୱରେ ବିସ୍ଫୋରକ ଖଞ୍ଜି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ମସୁଧା କରିଛନ୍ତି। କାରଣ ବାଇକ୍‌ ଦ୍ୱାରା ସହଜରେ ଏକ ଟାର୍ଗେଟରେ ପହଞ୍ଚି ହେବ ଏବଂ ସହଜରେ ବିସ୍ଫୋରଣ କରିହେବ ବୋଲି ଆତଙ୍କୀମାନେ ଆକଳନ କରିଛନ୍ତି। ଏଥିପାଇଁ ଆତଙ୍କୀ ସଂଗଠନ ପକ୍ଷରୁ ଶ୍ରୀନଗର ଓ କୁପୱାଡ଼ାରେ ଥିବା ସଦସ୍ୟମାନଙ୍କୁ ଆଲର୍ଟ କରାଯାଇଛି। ସେମାନଙ୍କୁ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ଏହଂ ରିପୋର୍ଟରେ କୁହାଯାଇଛି। ଖାଲି ସୁରକ୍ଷାକର୍ମୀ ନୁହନ୍ତି ସାଧାରଣ ଲୋକ ଓ ଜମ୍ମୁ-କଶ୍ମୀର ନିର୍ବାଚନ ବେଳେ ପୋଲିଂ ଅଧିକାରୀମାନେ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି।

ଫେବୃଆରୀ ୧୪ରେ ପୁଲୱାମାଠାରେ ଆଦିଲ ଦାର ନାମକ ଜଣେ ଆତଙ୍କବାଦୀ ଜଣଙ୍କ ସିଆରପିଏଫ୍‌ କନଭୟ ନିକଟରେ କାର ବୋମା ବିସ୍ଫୋରଣ କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପଛରେ ପାକିସ୍ତାନରେ ସକ୍ରିୟ ଜୈଶ ଆତଙ୍କୀ ସଂଗଠନର ହାତ ରହିଥିଲା।



from Odisha Reporter http://bit.ly/2IsGV8l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages