
ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୭ଟି ଲୋକସଭା ଆସନରେ ଭୋଟ ହେବ। ୧୮ ତାରିଖରେ ତାମିଲନାଡୁର ୩୯ଟି ଆସନରୁ ୩୮ଟିରେ ଭୋଟ୍ ହେବ। କାରଣ ଭେଲ୍ଲୋର ଆସନରେ ମତଦାନକୁ ବାତିଲ କରିଦିଆଯାଇଛି। ଏଠାରେ ବିପୁଳ ପରିମାଣର ନାଗଡ଼ ଟଙ୍କା ଜବତ ହେବାରୁ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
ସେହିପରି ଗୁରୁବାର କର୍ଣ୍ଣାଟକାରେ ୧୪ଟି, ମହାରାଷ୍ଟ୍ରରେ ୧୦ଟି, ଉତ୍ତର ପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି, ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି, ଜମ୍ମୁ-କଶ୍ମୀରର ୨ଟି, ମଣିପୁର, ପୁଡୁଚେରୀ ଏବଂ ତ୍ରିପୁରାର ଗୋଟିଏ ଆସନ ପାଇଁ ଭୋଟ ହେବ।
from Odisha Reporter http://bit.ly/2Um4LEh
No comments:
Post a Comment