ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ିବେ ଶୀଲା ଦିକ୍ଷୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ିବେ ଶୀଲା ଦିକ୍ଷୀତ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟ ମୁଖ୍ୟ ଶୀଲା ଦିକ୍ଷୀତ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିପାରନ୍ତି। ତାଙ୍କୁ କଂଗ୍ରେସ ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ଆସନରୁ କଂଗ୍ରେସ ଶୀଲା ଦିକ୍ଷୀତଙ୍କ ପୁଅ ସନ୍ଦୀପ ଦିକ୍ଷୀତଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା। କିନ୍ତୁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିବାରୁ ଏବେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି।

ତେବେ କଂଗ୍ରେସ ଦିଲ୍ଲୀରେ ଆପ୍‌ ସହ ମେଣ୍ଟ କରିବାକୁ ଚାହୁଁଥିବାରୁ ପ୍ରାର୍ଥୀ ତାଲିକା ଘୋଷଣା ହେବାରେ ବିଳମ୍ବ ହେଉଥିବା କୁହାଯାଉଛି। ଇତି ମଧ୍ୟରେ ଦିଲ୍ଲୀ ପାଇଁ ୭ ଜଣ ପ୍ରାର୍ଥୀଙ୍କ ନାଁ କଂଗ୍ରେସ ସ୍ଥିର କରି ସାରିଛି। କିନ୍ତୁ ଆପ୍‌ ସହ ମେଣ୍ଟ ହେଲେ ଦଳକୁ ମାତ୍ର ୩ଟି ଆସନରେ ପ୍ରାର୍ଥୀ ଦେବାକୁ ପଡ଼ିବ। ତେଣୁ କଂଗ୍ରେସ ଏହାକୁ ନେଇ ଦ୍ୱନ୍ଦ୍ୱରେ ରହିଛି।



from Odisha Reporter http://bit.ly/2ZeLlot

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages