
କଟକ (ଓଡ଼ିଶା ରିପୋର୍ଟର): ପଡ଼ିଆରେ ଖେଳୁଥିବା ବେଳେ ବଜ୍ରାଘାତରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଟାଙ୍ଗୀରେ ଘଟିଛି ଏହି ଦୁଃଖଦ ଘଟଣା।
ମୃତ ଛାତ୍ର ଦ୍ୱୟ ହେଲେ ଶିଶିର ଦିଗଲ ଓ ବିଭୂତି ନାୟକ। ଶିଶରଙ୍କ ଘର କନ୍ଧମାଳରେ ହୋଇଥିବା ବେଳେ ବିଭୂତି ନୟାଗଡ଼ ବୋଲି ଜଣାପଡ଼ିଛି। ସେମାନେ ଟାଙ୍ଗୀରେ ଏକ ସ୍କିଲ୍ ଡେଭଲପ୍ମେଣ୍ଟ୍ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ।
ଆଜି ଅପରାହ୍ଣରେ ଦୁହେଁ ଅନ୍ୟ ପିଲାମାନଙ୍କ ସହିତ ଖେଳୁଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଥିଲେ। ଦୁଇ ଜଣଙ୍କୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
from Odisha Reporter http://bit.ly/2ZyHfYF
No comments:
Post a Comment