
ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କାରଣ ହାତ ନଥାଇ ଜଣେ କେମିତି ବା ବୋଲିଂ କରିବ? ଆଜି ଆମେ ଏମିତି ଜଣେ ପ୍ରତିଭାବାନ ଦିବ୍ୟାଙ୍ଗ ବାଳକଙ୍କ କଥା କହିବୁ, ଯାହାର ଦୁଇଟି ଯାକ ହାତ ନଥାଇ ବି ସେ ବେଶ ଆରାମରେ ସ୍ପିନ ବୋଲିଂ କରିପାରୁଛନ୍ତି। ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟସ୍ମ୍ୟାନ୍ ରିଦ୍ଧିମାନ ଶାହ ଏକ ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏହି ବିରିଳ ଦୃଶ୍ୟ ଦେଖିବାକୁ ମିଳିଛି।
ଏହି ଭିଡିଓରେ ଥିବା ଜଣେ ବାଳକଙ୍କ ଦୁଇଟି ଯାକ ହାତର ପାପୁଲି ନାହିଁ। କିନ୍ତୁ ସେ ବେଶ ଆରାମରେ ବଲ୍ ଉଠାଉଛନ୍ତି ଓ ସାମ୍ନାରେ ଥିବା ବ୍ୟାଟସ୍ମ୍ୟାନ୍ଙ୍କୁ ମଧ୍ୟ ନିଜ ସ୍ପିନ୍ ଯାଦୁରେ ଅଡ଼ୁଆରେ ପକାଉଛନ୍ତି। ଭିଡିଓଟି ଏକ ଗଳି କ୍ରିକେଟ୍ ଖେଳର, ଯେଉଁଠାରେ କିଛି ଛୋଟ ଛୋଟ ପିଲା କ୍ରିକେଟର ମଜା ଉଠାଉଛନ୍ତି।
ଭିଡିଓ ଅନୁଯାୟୀ, କହୁଣୀ ତଳକୁ ପିଲାଟିର ଦୁଇଟି ଯାକ ହାତ ନଥିବା ଦେଖିବାକୁ ମିଳୁଛି। ପିଲାଟି କହୁଣୀ ଦ୍ୱାରା ହିଁ ବଲ୍ଟିକୁ ଉଠାଉଛି। ଏହାପରେ ଏହାକୁ ସାଧାରଣ ସ୍ପିନ ବୋଲରଙ୍କ ଭଳି ବ୍ୟାଟସ୍ମ୍ୟାନ୍ଙ୍କୁ ବୋଲିଂ କରୁଛି। ପିଲାଟି ନିଜ ଇଚ୍ଛା ଅନୁସାରେ ଯୁଆଡ଼େ ଚାହୁଁଛନ୍ତି,ବଲ୍କୁ ସେ ଆଡ଼କୁ ଫିଙ୍ଗି ପାରୁଛନ୍ତି। ମୋଟ ଉପରେ କହିବାକୁ ଗଲେ ହାତ ନଥାଇ ବି ଏହି ଦିବ୍ୟାଙ୍ଗ ବାଳକ ସାଧାରଣ କ୍ରିକେଟରଙ୍କ ଭଳି ଖେଳ ପ୍ରଦର୍ଶନ କରିପାରୁଛନ୍ତି।
ରିଦ୍ଧିମାନ ଶାହା ଭିଡିଓକୁ ପୋଷ୍ଟ କରି କହିଛନ୍ତି ଯେ ପିଲାଟିକୁ କ୍ରିକେଟ ଖେଳିବାରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଏହି ଭିଡିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Doesn’t stop him from playing cricket. pic.twitter.com/9Z7F9lUych
— Wriddhiman Saha (@Wriddhipops) April 1, 2019
from Odisha Reporter http://bit.ly/2I8Q4TB
No comments:
Post a Comment