ଏଟିପି ରାଙ୍କିଙ୍ଗ୍: ୭୫ତମ ସ୍ଥାନକୁ ଉଠିଲେ ଗୁଣେଶ୍ୱରନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଏଟିପି ରାଙ୍କିଙ୍ଗ୍: ୭୫ତମ ସ୍ଥାନକୁ ଉଠିଲେ ଗୁଣେଶ୍ୱରନ୍

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ପ୍ରଜନେଶ୍ ଗୁଣେଶ୍ୱରନ୍ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଲଗାତାର ଭଲ ପ୍ରଦର୍ଶନ କାରଣରୁ ସେ ଏଟିପି ରାଙ୍କିଙ୍ଗରେ ଉପରକୁ ଉଠିବାରେ ଲାଗିଛନ୍ତି।

ସୋମବାର ଏଟିପି ପକ୍ଷରୁ ଜାରି ରାଙ୍କିଙ୍ଗରେ ଗୁଣେଶ୍ୱରନ୍ କ୍ୟାରିୟରର ସର୍ବଶ୍ରେଷ୍ଠ ୭୫ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଗତ ସୋମବାର ସେ କ୍ୟାରିୟରର ଶ୍ରେଷ୍ଠ ୮୦ତମ ସ୍ଥାନରେ ପହଞ୍ଚିଥିଲେ। କିନ୍ତୁ କୁନମିଙ୍ଗ ଓପନର ଫାଇନାଲରେ ପହଞ୍ଚିବା ଯୋଗୁ ସେ ସିଧାସଳଖ ଟପ୍-୮୦ରେ ପ୍ରବେଶ କରିପାରିଛନ୍ତି।

ଫାଇନାଲରେ ମୁକାବିଲାରେ ସେ ବ୍ରିଟେନର ଜେ କ୍ଲାର୍କଙ୍କଠାରୁ ୪-୬, ୩-୬ ସେଟରେ ହାରିଯାଇଥିଲେ। ଚଳିତ ବର୍ଷ ଫେବୃଆରୀରେ ଗୁଣେଶ୍ୱରନ୍ ଟପ୍-୧୦୦ରେ ପ୍ରବେଶ କରିଥିଲେ। ଗତମାସରେ ମିଆମି ଓପନର ମୁଖ୍ୟ ରାଉଣ୍ଡରେ ପ୍ରବେଶ କରି ସେ ୮୧ତମ ସ୍ଥାନକୁ ଉଠିଥିଲେ।



from Odisha Reporter http://bit.ly/2Vp02Xb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages