
ରାମପୁର: ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ତାଙ୍କ ରାମପୁର ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ନେତ୍ରୀ ଜୟାପ୍ରଦାଙ୍କୁ ଟାର୍ଗେଟ କରି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବେଳେ ଏବେ ତାଙ୍କ ପୁଅ ଅବଦୁଲ୍ଲା ମଧ୍ୟ ସମାନ ରାସ୍ତା ଆପଣାଇଛନ୍ତି। ରବିବାର ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଅବଦୁଲ୍ଲା ଜୟାପ୍ରଦାଙ୍କ ନାଁ ନ ନେଇ ତାଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଛନ୍ତି। ସେ କହିଛନ୍ତି, “ଅଲୀ ଆମର ଓ ଜରଙ୍ଗବାଲୀ ବି ଆମର। ଆମେ ଅଲୀଙ୍କୁ ଚାହୁଁଛୁ ଏବଂ ବଜରଙ୍ଗବାଲୀଙ୍କୁ ବି ଚାହୁଁଛୁ। କିନ୍ତୁ ଆମେ କେବେ ହେଲେ ଅନାରକଲୀଙ୍କୁ ଏଠାରେ ଚାହୁଁନୁ।”
ଅଭିନେତ୍ରୀରୁ ରାଜନେତା ବନିଥିବା ଜୟାପ୍ରଦାଙ୍କୁ ପୂର୍ବରୁ ମଧ୍ୟ ଆଜମ ଖାନ୍ ଏଭଳି କଥା କହି ଆକ୍ଷେପ କରୁଥିଲା। ଅବଦୁଲ୍ଲା ଦେଇଥିବା ବୟାନକୁ ନେଇ ଜୟାପ୍ରଦା ଗଭୀର ମର୍ମାହତ ହୋଇଛନ୍ତି। ଏହା ବିରୋଧରେ ନିର୍ବାଚନ କମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ଜୟାପ୍ରଦା କହିଛନ୍ତି, “ ମୁଁ ଏଭଳି ବୟାନ ଶୁଣି କାନ୍ଦିବି କି ହସିବି ଜାଣିପାରୁନାହିଁ। ବାପା ଯେମିତି ପୁଅ ବି ସେମିତି। ମୁଁ କେବେ ହେଲେ ଅବଦୁଲ୍ଲାଙ୍କ ଠାରୁ ଏଭଳି ବୟାନ ଆଶା କରି ନଥିଲି। ସେ ଜଣେ ଶିକ୍ଷିତ ଯୁବକ। ବାପା କହୁଛନ୍ତି ମୁଁ ଆମ୍ରପଲୀ ଏବଂ ପୁଅ କହୁଛି ମୁଁ ଅନାରକଲୀ। କ’ଣ ଆପଣମାନେ ସମାଜରେ ମହିଳାମାନଙ୍କୁ ଏହି ଦୃଷ୍ଟିରେ ଦେଖନ୍ତି?”
from Odisha Reporter http://bit.ly/2IMlBdf
No comments:
Post a Comment