ମାସୁଦ୍‌ ପାଇଁ ମୁହଁ ଲୁଚାଇବାକୁ ବାଟ ଖୋଜୁଛି ଚାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ମାସୁଦ୍‌ ପାଇଁ ମୁହଁ ଲୁଚାଇବାକୁ ବାଟ ଖୋଜୁଛି ଚାଇନା

China-Masood-Azhar

ବେଜିଂ: ଆତଙ୍କବାଦୀ ମାସୁଦ୍‌ ଆଝାର ପ୍ରସଙ୍ଗରେ ଚାଇନା ଯଦି କେବେ ୟୁଟର୍ଣ୍ଣ ନିଏ ପାକିସ୍ତାନଠାରୁ ଏହା କେମିତି ମୁହଁ ଲୁଚାଇବ ବର୍ତ୍ତମାନ ସେହି ପ୍ରୟାସରେ ଲାଗିଛି। ବର୍ତ୍ତମାନ ଚାଇନାର ନୀତି ନିର୍ଦ୍ଧାରକମାନେ ଏଥିପାଇଁ ଫର୍ମୁଲା ଖୋଜାରେ ଲାଗିଛନ୍ତି। ବେଲ୍ଟ ଆଣ୍ଡ ରୋଡ୍‌ ଫୋରମ୍‌ର ନେତୃତ୍ୱ ନେଉଥିବା ଚାଇନା ପାଇଁ ଏହି ପ୍ରସଙ୍ଗ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଏହାର ଚିତ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ଚଳିତ ମାସ ୨୫ରୁ ୨୭ ତାରିଖ ଏହି ଫୋରମ୍‌ର ସମ୍ମିଳନୀ ଥିବାରୁ ଚାଇନା ଏଠାରେ କ’ଣ ପକ୍ଷ ରଖିବ ତାହାକୁ ନେଇ ମଧ୍ୟ ଉତ୍ସୁକତା ଜାରି ରହିଛି।

ପୂର୍ବରୁ ମଧ୍ୟ ଚାଇନା ଦର୍ଶାଇ ସାରିଛି ଏହି ରାଷ୍ଟ୍ର ନିଜର ମତକୁ ହିଁ ଅନୁଶୀଳନ କରିବା ଆରମ୍ଭ କରିଛି। ଏହା ପୂର୍ବରୁ ମାସୁଦ୍‌କୁ ବ୍ୟାନ୍‌ କରିବା ବିରୋଧରେ ଭିଟୋ ଲଗାଇ ଆସୁଥିବାବେଳେ ଗତ କିଛି ଦିନହେଲା ଚାଇନା ଏହି ପ୍ରସଙ୍ଗରେ ୟୁଟର୍ଣ୍ଣ ନେବା ଆରମ୍ଭ କରିଛି ଅର୍ଥାତ ମତ ବଦଳାଇବା ଆରମ୍ଭ କରିଛି। ଭାରତ ଜୈଶ୍‌-ଏ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରକୁ ଜାତିସଂଘର ଅନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ପ୍ରୟାସ କରୁଥିବାବେଳେ ପ୍ରାୟ ସମସ୍ତ ରାଷ୍ଟ୍ର ଏହାକୁ ସମର୍ଥନ ଜଣାଇଆସୁଛନ୍ତି। କିନ୍ତୁ ଚାଇନାକୁ ମିଳିଥିବା ସ୍ୱତନ୍ତ୍ର ଭିଟୋ କ୍ଷମତା ଏଥିରେ କଣ୍ଟା ସାଜିଛି।

ଏହି ପ୍ରସଙ୍ଗରେ ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲୁ କାଙ୍ଗ କହିଛନ୍ତି, ଆମେ ଏହି ପ୍ରସଙ୍ଗ ସହିତ ଜଡ଼ିତ ବିଭିନ୍ନ ପକ୍ଷଙ୍କ ସହିତ ଯୋଗାଯୋଗରେ ଅଛୁ। ଏହା ବର୍ତ୍ତମାନ ବୁଝାମଣା ଦିଗରେ ଗତିଶୀଳ ଅଛି। ବର୍ତ୍ତମାନ ଏହି ପକ୍ଷମାନେ ଜାତିସଂଘର ସୁରକ୍ଷା ପରିଷଦରେ ନୂଆ ସଂକଳ୍ପ ଆଗତ କରିବାକୁ ଚାପ ପକାଉଛନ୍ତି।
ଲୁ ଆହୁରି ମଧ୍ୟ କହିଥିଲେ, ମାସୁଦ୍‌ ଅଝାରକୁ ତାଲିକାଭୁକ୍ତ କରିବାକୁ ନେଇ ଚାଇନା ମତ ବଦଳାଇବ ନାହିଁ। କିନ୍ତୁ ପ୍ରାୟ ସମସ୍ତ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଚାଇନା ଏପରି ନିଜର ଦୃଢ଼ତା ପ୍ରକାଶ କରି ଆସିଥିଲେ ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ତାହା ବଦଳିଥିବାର ନଜିର ରହିଛି।

ମାସୁଦ୍‌କୁ ଏତେ ଦିନ ଧରି ଢାଲ ଯୋଗାଇ ଆସିଥିବା ଚାଇନା ପାଇଁ ଏହାର ପାକିସ୍ତାନ ପ୍ରେମ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହୋଇପାରେ। କାରଣ ଯଦିଓ ବ୍ୟବସାୟିକ ଦୃଷ୍ଟିରୁ ଏହା ଚାଇନା ପାଇଁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ପାକିସ୍ତାନ ଏତେ ମଧ୍ୟ କ୍ଷମତାଶାଳୀ ନୁହେଁ ଯେ ଏହା ଚାଇନାକୁ ସେପରିକିଛି ବଡ଼ ଫାଇଦା ଦେଇପାରିବ। ଏପରିକି ଚାଇନା ସୀମାବର୍ତ୍ତୀ ସିନ୍‌ଜିଆଙ୍ଗ ଅଞ୍ଚଳକୁ ତାଲିବାନ୍‌ ଆତଙ୍କୀଙ୍କ ବହୁଳ ପ୍ରବେଶ ପାକିସ୍ତାନକୁ ନାକେଦମ୍‌ କରି ଆସିଛି।

ଚାଇନାକୁ ଏପରି କିଛି ଉତ୍ତର ରଖିବାକୁ ହେବ ଯାହା କେବଳ ପାକିସ୍ତାନ ସରକାର ଓ ସେନାକୁ ନୁହେଁ ବରଂ ପାକିସ୍ତାନ ଗଣମାଧ୍ୟମ ଏବଂ ସାଧାରଣ ଲୋକଙ୍କୁ ମଧ୍ୟ ସନ୍ତୁଷ୍ଟ କରୁଥିବ। ଏତଦ୍‌ବ୍ୟତୀତ ଚାଇନା ମତ ବଦଳାଇଲେ ପାକିସ୍ତାନରେ ସୃଷ୍ଟି ହେବାକୁ ଥିବା ଜନାକ୍ରୋଶ ଚାଇନା-ପାକିସ୍ତାନ ଇକୋନୋମିକ୍‌ କରିଡରରେ କାର୍ଯ୍ୟରତ ଚାଇନା କର୍ମଚାରୀଙ୍କ ପାଇଁ ମଧ୍ୟ ବିପଜ୍ଜନକ ସାବ୍ୟସ୍ତ ହେବ।



from Odisha Reporter http://bit.ly/2W2xf7u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages