ସତ ପଚାରିବାରୁ ଚିହିଁଙ୍କି ଉଠିଲେ ଅନୁଭବ, କ’ଣ କହିଲେ ଶୁଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ସତ ପଚାରିବାରୁ ଚିହିଁଙ୍କି ଉଠିଲେ ଅନୁଭବ, କ’ଣ କହିଲେ ଶୁଣନ୍ତୁ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ପଦେ ସତକଥା ପଚାରି ଦେବାରୁ ଚିହିଁଙ୍କି ଉଠିଲେ ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି। ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଶୋଭାଯାତ୍ରା କରୁଥିବା ବେଳେ, ଗଣମାଧ୍ୟମ ପ୍ରତିନିଧି କିଛି ପ୍ରଶ୍ନ କରିଦେବାରୁ ସେ ରାଗି ଯାଇଥିଲେ।

କେନ୍ଦ୍ରାପଡାରେ ନେତା, ଅଭିନେତା ଓ ଆଇନଜୀବୀଙ୍କ ମଧ୍ୟରେ ଲଢ଼େଇ ହେଉଛି ବୋଲି ପ୍ରଶ୍ନରେ ଅନୁଭବ କହିଥିଲେ- “ଏହା ଗଣମାଧ୍ୟମ ତିଆରି କରୁଛି। ମୁଁ କେବଳ ଅଭିନେତା ନୁହଁ, ନେତା ମଧ୍ୟ। ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ। ଗତ ୫ ବର୍ଷ ହେବ ରାଜ୍ୟସଭା ସାଂସଦ ଅଛି। ରାଜନୀତିରେ ମୁଁ ପ୍ରତ୍ୟକ୍ଷ ଭାବେ ଜଡ଼ିତ। କେନ୍ଦ୍ରାପଡ଼ାରେ ‘ବେଇମାନ’ ଓ ‘ସ୍ୱାଭିମାନ’ ଭିତରେ ଲଢ଼େଇ ହେବ। ସ୍ୱାଭିମାନର ନିଶ୍ଚିତ ବିଜୟ ହେବ। ବେଇମାନଙ୍କୁ ଲୋକେ ଜବାବ ଦେବେ।”

ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ତତ୍‌କ୍ଷଣାତ ଆଉଏକ ପ୍ରଶ୍ନ ପଚାରିଥିଲେ। ‘ରାଜ୍ୟସଭା ସଦସ୍ୟ ଭାବେ କଟକ ପାଇଁ କ’ଣ କରିଛନ୍ତି’ ବୋଲି ପ୍ରଶ୍ନ ହେବାରୁ ଅନୁଭବ ହଠାତ୍‌ ଚିଡ଼ି ଯାଇଥିଲେ। ‘ବ୍ୟକ୍ତିଗତ ଏଜେଣ୍ଡା’ ଧରି ପ୍ରଶ୍ନ କରୁଛନ୍ତି ବୋଲି ସେ ସଂପୃକ୍ତ ସାମ୍ବାଦିକଙ୍କୁ କହିଥିଲେ। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୋ କାମର ହିସାବ ନିଅନ୍ତୁ ବୋଲି ସେ ସାମ୍ବାଦିକଙ୍କୁ କହିଥିଲେ।

ସେ କହିଥିଲେ- “ଗୋଟିଏ ଗଣମାଧ୍ୟମ ମୋ ବିରୋଧରେ ଅପପ୍ରଚାର କରିବାରେ ଲାଗିଛି। ସେ ମୁହଁମାଡ଼ି ପଡ଼ିବ।”

ସେପଟେ ଏହାର ଜବାବରେ ବିଜେପି ମହାକାଳପଡ଼ା ପ୍ରାର୍ଥୀ ବିଜୟ ପ୍ରଧାନ କହିଛନ୍ତି- “ବୈଜୟନ୍ତ ପଣ୍ଡା ଜଣେ ସ୍ୱାଭିମାନୀ ବ୍ୟକ୍ତି। ତାଙ୍କ ବିରୋଧରେ ଲଢୁଥିବା ଲୋକ ବେଇମାନ ହୋଇଥିବ।”



from Odisha Reporter http://bit.ly/2UpQB4V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages