ହାର୍ଦ୍ଦିକଙ୍କୁ କାହିଁକି ଚାପୁଡ଼ା ମାରିଲେ ତରୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ହାର୍ଦ୍ଦିକଙ୍କୁ କାହିଁକି ଚାପୁଡ଼ା ମାରିଲେ ତରୁଣ

ନୂଆଦିଲ୍ଲୀ: ଗୁଜରାଟ୍‌ର ସୁରେନ୍ଦ୍ରନଗର ଠାରେ ପଟିଦାର ନେତା ତଥା କଂଗ୍ରେସର ଷ୍ଟାର ପ୍ରଚାରକ ହାର୍ଦ୍ଦିକ ପଟେଲଙ୍କୁ ଆଜି ଜଣେ ବ୍ୟକ୍ତି ସଭାମଞ୍ଚ ଉପରେ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହାପରେ ହାର୍ଦ୍ଦିକ ଓ ତାଙ୍କ ସମର୍ଥକମାନେ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କୁ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ମାଡ଼ ମାରିଥିଲେ। ହେଲେ ଚାପୁଡ଼ା ମାରିଥିବା ବ୍ୟକ୍ତି ଜଣଙ୍କ କିଏ? କାହିଁକି ସେ ହାର୍ଦ୍ଦିକଙ୍କୁ ଏଭଳି ମାଡ଼ ମାରିଲେ? ଏସବୁ ପ୍ରଶ୍ନର ଉତ୍ତର ଏବେ ସାମ୍ନାକୁ ଆସିଛି।

ମାଡ଼ ମାରିଥିବା ବ୍ୟକ୍ତି ଜଣଙ୍କ ନାଁ ତରୁଣ ଗଜ୍ଜାର। ସେ ଦୀର୍ଘ ଦିନରୁ ହାର୍ଦ୍ଦିକ ପଟେଲଙ୍କ ଉପରେ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ସେ କହିଛନ୍ତି, ହାର୍ଦ୍ଦିକଙ୍କ ନେତୃତ୍ୱରେ ସମଗ୍ର ଗୁଜରାଟରେ ପଟିଦାର ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନ ସମୟରେ ହିଁ ମୋ ପତ୍ନୀ ଗର୍ଭବତୀ ହୋଇଥିଲେ। ତାଙ୍କୁ ମୁଁ ହସ୍ପିଟାଲ ନେବାକୁ ଚାହୁଁଥିଲେ ହେଁ ଆନ୍ଦୋଳନ ଯୋଗୁ ମୁଁ ଏଥିରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲି।

ସେହିପରି ପତ୍ନୀ ଓ ଛୁଆର ଚିକିତ୍ସା ବେଳେ ମୁଁ ଔଷଧ ଆଣିବାକୁ ଗଲାବେଳେ ହାର୍ଦ୍ଦିକ ଓ ତାଙ୍କ ଲୋକମାନେ ଜୋରଜବରଦସ୍ତି ସବୁ ଦୋକାନକୁ ବନ୍ଦ କରିଦେଇଥିଲେ। ସେ ରାସ୍ତା ବନ୍ଦ କରିବା ସହ ଗୁଜରାଟର ବିଭିନ୍ନ ସ୍ଥାନରେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଥିଲେ। ସେ ଗୁଜରାଟ ବନ୍ଦ କରିବାକୁ କିଏ? ସେ କ’ଣ ହିଟଲର? ସେବେଠାରୁ ମୁଁ ତାଙ୍କୁ ମାଡ଼ ମାରିବି ବୋଲି ଶପଥ ନେଇଥିଲି। ସେହି କାରଣରୁ ମୁଁ ତାଙ୍କୁ ଚାପୁଡ଼ା ମାରି ରାଗ ସୁଝାଇଛି।”



from Odisha Reporter http://bit.ly/2DoHP1t

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages