ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

କଟକ(ଓଡ଼ିଶା ରିପୋର୍ଟର):କଟକ ପୁଲିସ ବିରୋଧରେ ପୁଣି ସାଂଘାତିକ ଅଭିଯୋଗ। ପୁଲିସ ମାଡ଼ରେ ପୁରୀଘାଟ  ଥାନା ଅଞ୍ଚଳର ଭରତ ମଣ୍ଡଳ ନାମକ ଜଣେ ଯୁବକଙ୍କ ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଅନ୍ୟପଟେ ଡିସିପି ଘଟଣାର ଖଣ୍ଡନ କରିବା ସହ ଯଦି ସତ୍ୟତା ଥାଏ ତେବେ ତଦନ୍ତ କରାଯିବ ବୋଲି କହିଛନ୍ତି ।

ପୁରୀଘାଟ ପୁଲିସ ବିରୋଧରେ ହାଜତ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ପୁରୀଘାଟ ପୁଲିସ ଅଭିଯୁକ୍ତ ଭରତକୁ ନିର୍ମମ ଭାବେ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି ପରିବାର ଲୋକେ। ଗତ ୨୪ ତାରିଖରେ ପୁଲିସ ଭରତକୁ ଥାନା ହାଜତକୁ ନେଇଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସୂଚନା ଅନୁଯାୟୀ, ପୁଲିସ ଭରତକୁ ଗତ ୨୮ ତାରିଖରେ ପୁରୀଘାଟ ଅଞ୍ଚଳରୁ ଗିରଫ କରିଥିଲା। ଆଉ ଗିରଫ ସମୟରେ ତା’ଠାର ଗୋଟିଏ ବନ୍ଧୁକ ମଧ୍ୟ ଜବତ କରିଥିଲା । କଟକ ଡିସିପିଙ୍କ ଅନୁସାରେ ଭରତକୁ ଗିରଫ କରି କୋର୍ଟ ଚାଲାଣ ପରେ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ହେଲେ କିଛି ଦିନ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଭରତଙ୍କୁ ଏସିସିବିରେ ଭର୍ତ୍ତି କରାଯାଇଥିଲା । ଆଉ ଏହାପରେ ତାଙ୍କର ମୃତ୍ୟ ଘଟିଥିବା କୁହାଯାଇଛି।

ପୂର୍ବରୁ ଓ୍ୱାରେଣ୍ଟ ଜାରି ହୋଇଥିବା ଅଭିଯୁକ୍ତକୁ ଧରିବାକୁ ଯାଇ, ଜଣେ ନିରୀହ ବ୍ୟକ୍ତିଙ୍କୁ ଗିରଫ କରି ଭୁଲ ମାଗିଥିଲା କମିଶନରେଟ ପୁଲିସ ଏବେ ପୁଣି ଏମିତି ଏକ ଘଟଣା ପୁଲିସର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି।



from Odisha Reporter http://bit.ly/2WRPMUd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages