
କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର): ଓଡ଼ିଆ ହିରୋ ବାବୁସାନ୍। ବିଜେପିର ଷ୍ଟାର ପ୍ରଚାରକ। ଆଜି ସେ ପହଞ୍ଚିଥିଲେ କେନ୍ଦ୍ରାପଡାରେ। ବିଜେଡି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ପାଇଁ ନିର୍ବାଚନୀ ସଭାରେ ଭାଷଣ ଦେଇଥିଲେ ଅଭିନେତା ବାବୁସାନ୍।
“ମୁଁ ଆଜ୍ଞା ସତକଥା ଗୋଟେ କହିବି, ରାଜନୀତି ଜାଣିନାହିଁ। କିନ୍ତୁ ମୁଁ ବୋକା ନୁହେଁ। ଯୋଉଠି ସ୍ୱାଭିମାନ୍ର କଥା ଆସିବ, ଯୋଉଠି ଇଜ୍ଜତର କଥା ଆସିବା ଯୋଉଠି ସମ୍ମାନର କଥା ଆସିବ, ସେଠି ଆଜ୍ଞା ଡାଏଲଗ୍ ବାଜି ଚଳିବ ନାହିଁ। ସେଠି ରିଅଲ୍ ହିରୋ ଦରକାର, ସେଠି ମାଟିର ପୁଅ ଦରକାର ସେଠି ବୈଜୟନ୍ତ ପଣ୍ଡା ଦରକାର।”
ଏମିତି କଥା କହି ତାଳି ସାଉଁଟିଥିଲେ ବାବୁସାନ୍। ବୈଜୟନ୍ତଙ୍କ ସହ ବିଜୟ ମହାପାତ୍ରଙ୍କ ଅଧୂରା ଇଚ୍ଛା ପୂରଣ ହେଉ ବୋଲି ନିଜ ଭାଷଣରେ କହିଥିଲେ ସେ। ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିବା ବାବୁସାନ୍, ଭାଷଣ ସାରିବା ବେଳେ ଏଥର ସରକାର ବିଜେପି ସରକାର ବୋଲି ନାରା ଦେଇଥିଲେ।
ସୂଚନାଯୋଗ୍ୟ, ବାବୁସାନ୍ଙ୍କ ମା’ ତଥା ଓଡିଆ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଜେପି ପାଇଁ ଏଥର ଭୁବନେଶ୍ୱରରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ଷ୍ଟାର କ୍ୟାମ୍ପେନର ଭାବେ ପୁଅ ବାବୁସାନ ଦଳୀୟ ନିର୍ବାଚନୀ ସଭାରେ ଯୋଗ ଦେଉଛନ୍ତି।
from Odisha Reporter http://bit.ly/2YTOyd2
No comments:
Post a Comment