ଶ୍ରୀମନ୍ଦିରରେ ମାଙ୍କଡ଼ ଛଡ଼ାଇ ନେଇଥିବା ଟଙ୍କା ଆଣିବାକୁ ଯାଇ ଅଦ୍ଭୁତ କାଣ୍ଡ, ଯୁବକ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଶ୍ରୀମନ୍ଦିରରେ ମାଙ୍କଡ଼ ଛଡ଼ାଇ ନେଇଥିବା ଟଙ୍କା ଆଣିବାକୁ ଯାଇ ଅଦ୍ଭୁତ କାଣ୍ଡ, ଯୁବକ ଗିରଫ

ପୁରୀ (ମଧୁସୂଦନ ମିଶ୍ର): “ଗତକାଲି ମାଙ୍କଡ଼ ନେଇଯାଇଥିଲା ଟଙ୍କା। ସେହି ଟଙ୍କା ଆଣିବା ପାଇଁ ଜଣେ ଯୁବକ ଶ୍ରୀମନ୍ଦିର ଚୂଡାକୁ ଚଢ଼ିଗଲେ।” ଶନିବାର ସକାଳେ ଏଭଳି ଘଟଣା ଶ୍ରୀକ୍ଷେତ୍ରରେ ଘଟିଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଥିବା ଶ୍ରୀମନ୍ଦିରରେ ଏପରି ଘଟଣା ଘଟିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ବିମଳାଙ୍କ ମନ୍ଦିର ନିକଟରେ ଏଏସ୍‌ଆଇ ପକ୍ଷରୁ ଲାଗିଥିବା ସିଡିବାଟ ଦେଇ ଯୁବକ ଜଣଙ୍କ ଶ୍ରୀମନ୍ଦିର ଚୂଡାକୁ ଚଢି ଯାଇଥିଲେ। ସେଠାରେ ନୀଳଚକ୍ର ବାନାକୁ ଛିଣ୍ଡାଇ ଆଣିବା ସହ ଏକ ଗାମୁଛା ନୀଳଚକ୍ରରେ ବାନ୍ଧି ଦେଇଥିଲେ। ପରେ ଯୁବକ ଜଣଙ୍କ ତଳକୁ ଓହ୍ଲାଇବା ପରେ ସିଂହଦ୍ୱାର ପୁଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ନା ହାତିଆ ମହନ୍ତ। ଘର ଭଦ୍ରକ ଟାଉନରେ।

ତେବେ ଯୁବକଙ୍କ ମାନସିକ ଭାରସମ୍ୟ ଠିକ ନଥିବା ପୁରୀ ଏସ୍‌ପି ଡା. ଉମାଶଙ୍କର ଦାଶ କହିଛନ୍ତି।

ଧରା ପଡିଥିବା ଯୁବକ କହିଛନ୍ତି- “ଗତକାଲି ତାଙ୍କ ପାଖରେ ଥିବା ୫ ହଜାର ଟଙ୍କା ମାଙ୍କଡ଼ ନେଇଯାଇଥିଲା। ପୁଲିସକୁ ଏ ସମ୍ପର୍କରେ ଜଣାଇଥିଲି। ତେବେ ପୁଲିସ ନଶୁଣିବାରୁ ଟଙ୍କା ଖୋଜିବା ପାଇଁ ମନ୍ଦିର ଚୂଡ଼ାକୁ ଚଢ଼ିଥିଲି।”

ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ସିଡ଼ି ପଡ଼ିରହୁଥିବାରୁ ଏଭଳି ଘଟଣା ଘଟୁଥିବା ସେବାୟତ ଅଭିଯୋଗ କରିଛନ୍ତି। ଏହାସହ ଶ୍ରୀମନ୍ଦିରର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।



from Odisha Reporter http://bit.ly/2vct9xY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages