ଟିକଟ ପାଇ, ଫେରେଇ ଦେଲେ, କାରଣ କ’ଣ କେଜାଣି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଟିକଟ ପାଇ, ଫେରେଇ ଦେଲେ, କାରଣ କ’ଣ କେଜାଣି ?

ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଟିକଟ ପାଇଁ ଚାଲିଛି ଡ୍ରାମା। ଟିକଟ ପାଇଁ କିଏ ୫୦ ବର୍ଷର ଦଳୀୟ ସମ୍ପର୍କ କାଟି ଦେଉଛି ତ କିଏ ପାରିବାରିକ ନୀତିକୁ ଭୁଲି ବାପା-ମା-ଭାଇ-ଭଉଣୀଙ୍କ ବିରୋଧରେ ଠିଆ ହେଉଛି। ଏମିତି ଘଟଣା ଭୋଟର ପ୍ରତି ଦିନ ଦେଖୁଛନ୍ତି।

ଆପଣଙ୍କର ମନେ ଥିବ, ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଜେଡି ଟିକଟ ପାଇ ବାପା-ଭଉଣୀଙ୍କ ବିରୋଧରେ ଠିଆ ହୋଇଛନ୍ତି।  ହେମାନନ୍ଦ କଂଗ୍ରେସରେ ଥିବାବେଳେ ସାନ ଝିଅ ଅମିତା କଂଗ୍ରେସ ଟିକଟରୁ ନିର୍ବାଚନ ଲଢୁଛନ୍ତି। କିନ୍ତୁ ବିଜେଡିରୁ ସୁନୀତା ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ହୋଇଛନ୍ତି।

ଅଭିନେତାରୁ ରାଜନେତା ହୋଇଥିବା ପ୍ରଶାନ୍ତ ନନ୍ଦ ଏବେ ବିଜେଡିରେ ଥିବାବେଳେ ପୁଅ ଋଷଭ ନନ୍ଦ ବେଗୁନିଆ ବିଧାନସଭା ଆସନରୁ ତାଙ୍କର ବିରୋଧୀ ଦଳ ଅର୍ଥାତ ବିଜେପି ଟିକଟରେ ଠିଆ ହୋଇଛନ୍ତି ।

ଟିକଟ ପାଇଁ ଚାଲିଛି ଲବି। କିଏ ହାରୁଛି ତ କିଏ ଜିତୁଛି। ହାରିବା ପରେ ଦଳ ଡିଆଁ।  ଆଉ ଏମିତି ବି କେତେଜଣ ଅଛନ୍ତି ଯିଏ  ଟିକଟ ପାଇଲେ ବି ଭଲ ଅଫର ଆସିଲେ, ଅର୍ଥାତ ଜିତିବା ସମ୍ଭାବନା ଥିବା ଦଳରୁ ଟିକିଟ ମିଳିଲେ ତାକୁ ଝାମ୍ପି ନେଉଛନ୍ତି। ଆଉ କିଛି ନେତାଙ୍କୁ ଦେଖିବାକୁ ମିଳୁଛି, ଯେଉଁମାନେ ଟିକଟ ପାଇ ବି ଫେରାଇ ଦେଉଛନ୍ତି। ଅଭିମାନରେ ନ ହେଲେ କ୍ଷୋଭରେ।

ତେବେ କିଏ ଏହି ନେତା..? ଆସନ୍ତୁ ଜାଣିବା।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା ପ୍ରାର୍ଥୀ ଭାଗୀରଥି ସେଠି ବିଜେପିରେ ଥିଲେ। ଠିକ୍‌ ସମୟରେ ଦଳରୁ ଟିକଟ ମଧ୍ୟ ପାଇଲେ। ହେଲେ ଯେମିତି ଭଲ ଅଫର ମିଳିଲା ଅର୍ଥାତ ବିଜେଡିରୁ ଡାକରା ଆସିଲା, ସାଙ୍ଗେ ସାଙ୍ଗେ ବିଜେପି ଛାଡି ବିଜେଡିକୁ ଲମ୍ଫ ମାରିଲେ। ଆଉ ଏବେ ବିଜେଡି ପ୍ରାର୍ଥୀ ଭାବେ ଏହି ଆସନରୁ ଠିଆ ହୋଇଛନ୍ତି।

ପୁରୀ ଜିଲ୍ଲା କାକଟପୁର ବିଧାନସଭା ଆସନରୁ ବିଜେପି ଟିକଟ ପାଇଥିଲେ ତୁଷାରକାନ୍ତି ବେହେରା। ସେ ୨୦୧୪ ନିର୍ବାଚନରେ ବିଜେପି ଟିକଟରେ ଲଢି ହାରିଥିଲେ। ଏଥର ଦଳ ତାଙ୍କ ଉପରେ ଭରସା କରି ଟିକଟ ଦେଇଥିଲା। ପରବର୍ତ୍ତୀ ସମୟରେ ବିଜେଡିରୁ ଆସିଲା ଅଫର। ବୋଧହୁଏ ଭାବିଲେ ବିଜେଡିର ଜିତିବା ସମ୍ଭାବନା ଏଠାରେ ଅଧିକ। ତେଣୁ  ବିଜେପି ଛାଡ଼ି ଏବେ ବିଜଡ଼ି ଟକଟରେ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି।

ସେହିପରି ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ବିଭୁ ତରାଇ। ତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ। ହେଲେ ବିଜେପିରୁ ଟିକଟ ଅଫର ପାଇଲା ପରେ ବଦଳିଗଲା ମନ। ବିଭୁ କଂଗ୍ରେସ ଛାଡ଼ି ଏବେ ପଦ୍ମ ଗଡ଼ିଆରେ। ଏହି ସିଟ୍‌ରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ  ଲଢୁଛନ୍ତି ।

ଏମାନେ ହେଲେ ୨ୟ ପର୍ଯ୍ୟାୟର ନେତା ଯେଉଁମାନେ ଟିକଟ ପାଇ ମଧ୍ୟ ଏଡାଇ  ଦେଇଛନ୍ତି। ସେଥି ମଧ୍ୟରୁ ଜଣେ ହେଲେ ପୃଥ୍ୱୀବଲ୍ଲଭ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାକନୀ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ । କଂଗ୍ରେସ ତାଙ୍କୁ ବେଗୁନିଆରୁ ପ୍ରାର୍ଥୀ ଘୋଷଣା କରିଥିଲା। ହେଲେ ସେ ଏହି ଟିକଟକୁ ଆଡେଇ ଦେଇଥିଲେ।  ଏବେ ଦଳ ଏହି ଆସନରୁ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରିଛି। ଅବଶ୍ୟ ସେ ଏମିତି କାହିଁକି କଲେ ସ୍ପଷ୍ଟ ଜଣାପଡ଼ିନି। ତଥାପି ଜାନକୀଙ୍କ ପୁଅ ଏପରି ରାଜନୀତିରୁ ଦୂରରେ ରହିବା ସମସ୍ତଙ୍କୁ ଚକିତ କରିଛି।

ଆଉ ଜଣେ ଯୁଧିଷ୍ଠିର ସାମନ୍ତରାୟ। ପିପିଲି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ। ଏଥର ମଧୃ ଦଳ ତାଙ୍କୁ ଟିକଟ ଦେଇଥିଲା। ହେଲେ ସେ ଏହାକୁ ଫେରାଇ ଦେଇଥିଲେ।  ତା ପୁଣି ଅଭିମାନରେ। କାରଣ ଟିକଟ ଦେବାରେ କଂଗ୍ରେସ ବହୁ ବିଳମ୍ବ କଲା। ଅବଶ୍ୟ ଏହା ଶୁଣାକଥା। ପ୍ରକୃତ କଥା ସିଏ ହିଁ ଜାଣିଥିବେ।

 



from Odisha Reporter http://bit.ly/2I21Qih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages