
ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ‘ମାଙ୍କଡ୍’ ଆଉଟ୍ କ୍ରିକେଟ୍ ଜଗତକୁ ହୁଲସ୍ତୁଲ କରିଦେଇଛି। କିନ୍ତୁ ଏହି ଅଜବ ଆଉଟର ସମାଧାନ ସମ୍ଭବତ ମିଳିଯାଇଛି। କ୍ରିକେଟର ନିୟମ ତ ବହୁତ କିଛି ଦର୍ଶାଇଥାଏ, କିନ୍ତୁ ଇଂଲଣ୍ଡର ଏକ ବ୍ୟାଟ୍ ନିର୍ମାଣକାରୀ କମ୍ପାନୀ ଗ୍ରେ ନିକୋଲାସ “ମାଙ୍କଡ୍’ରୁ ବର୍ତ୍ତିବା ପାଇଁ ଏକ ମଜାଧାର ସମାଧାନ କ୍ରିକେଟ୍ ଖେଳାଳି ଓ କ୍ରିକେଟପ୍ରେମୀଙ୍କୁ ଦେଇଛି।
ଗ୍ରେ ନିକୋଲାସ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଏକ ମଜାଦାର ଭିଡିଓ ସେୟାର କରିଛି, ଯେଉଁଥିରେ ନନଷ୍ଟ୍ରାଇକର ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନ କ୍ରିଜର ମଝିକୁ ଚାଲିଆସୁଛନ୍ତି ଏବଂ ଏକ ଲମ୍ବା କାଠ ଦ୍ୱାରା ୱିକେଟର ଦୁଇପାଶ୍ୱର୍କୁ ଛୁଇଁ ରନ୍ ନେବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସାଥୀ ଖେଳାଳି, ଯିଏ ବ୍ୟାଟିଂ କରୁଥିଲେ ସେ ଲଗାତାର ଦୌଡ଼ିବାରେ ଲାଗିଛନ୍ତି।
ଦେଖନ୍ତୁ ଭିଡିଓ
Looking forward to bringing you the 2020 range, full of our usual innovations…pic.twitter.com/FrEEuw9r6T
— Gray-Nicolls
(@graynics) April 7, 2019
ସୂଚନାଯୋଗ୍ୟ, ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ “ମାଙ୍କଡ୍’ ଆଉଟ୍ ଦେଖିବାକୁ ମିଳିଥିଲା। ଏହି ମ୍ୟାଚର ୧୩ତମ ଓଭରରେ ରାଜସ୍ଥାନ ବ୍ୟାଟ୍ସମ୍ୟାନ୍ ଜୋଶ୍ ବଟଲର କ୍ରିଜରୁ ବାହାରକୁ ଯାଉଥିବାର ଦେଖି ପଞ୍ଜାବବ ଅଧିନାୟକ ରବିଚନ୍ଦ୍ରନ୍ ଅଶ୍ୱିନ୍ ତାଙ୍କୁ ରନ୍ଆଉଟ୍ କରିଥିଲେ।
ଏହାପରେ ଉଭୟ ବଟଲର ଓ ଅଶ୍ୱିନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଅଶ୍ୱିନଙ୍କ ଅପିଲ୍ ପରେ ମାମଲା ଥାର୍ଡ ଅମ୍ପାୟାରଙ୍କ ନିକଟକୁ ଯାଇଥିଲା ଏବଂ ଅମ୍ପାୟାର ବଟଲର ଆଉଟ୍ ଘୋଷିତ କରିଥିଲେ । ଏହି ଆଉଟକୁ “ମାଙ୍କଡ୍’ ନାମରେ ନାମିତ କରାଯାଇଥିଲା।
ଅଶ୍ୱିନଙ୍କ ଦ୍ୱାରା ବଟଲରଙ୍କୁ ଏଭଳି ରନଆଉଟ୍ କରିବା ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା, କିନ୍ତୁ ନିୟମ ସମସ୍ତଙ୍କ ପାଇଁ ସମାନ। ଏହି ମ୍ୟାଚ୍ ପରେ ଅଧିକାଂଶ କ୍ରିକେଟର୍ ଅଶ୍ୱିନଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଥିଲେ।
from Odisha Reporter http://bit.ly/2UoMKdj
(@graynics)
No comments:
Post a Comment