ପୋଲ ଅଫ୍‌ ଓପିନିଅନ୍‌ ପୋଲ୍ସ : ଫିର ଏକ ବାର ମୋଦି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ପୋଲ ଅଫ୍‌ ଓପିନିଅନ୍‌ ପୋଲ୍ସ : ଫିର ଏକ ବାର ମୋଦି ସରକାର

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ୨୦୧୯ ସାଧାରଣ ନିର୍ବାଚନରେ ଦିଆଯାଉଥିବା ନାରା ‘ଫିର ଏକ ବାର ମୋଦି ସରକାର’ ସତ ହେବାର ସମ୍ଭାବନା ରହିଛି। କାରଣ ଦେଶର ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେକୁ ମିଶାଇଲେ ଏଭଳି ସୂଚନା ସାମ୍ନାକୁ ଆସିଛି।

ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭି ପକ୍ଷରୁ ଆଜି ପ୍ରକାଶ ପାଇଥିବା ପୋଲ ଅଫ୍‌ ଓପନିଅନ୍‌ ପୋଲର ରିପୋର୍ଟ ଅନୁଯାୟୀ, ଏଥର ପୁଣିଥରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର କ୍ଷମତା ଦଖଲ କରିବ। ତେବେ ଗତଥର ବିଜେପି ଏକାକୀ ୨୮୩ ଟି ଆସନ ଜିତି ଥିବା ବେଳେ ଏହା ୨୦୧୯ରେ ୨୨୮କୁ ଖସି ଆସିବ। କିନ୍ତୁ ବିଜେପି ସହଯୋଗୀ ଦଳଙ୍କ ସହ ମିଶି ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ଏଥିରେ କୁହାଯାଇଛି।

ପୋଲ୍ ଅଫ୍‌ ଓପିନିଅନ୍‌ ପୋଲ୍ସ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ୨୭୩ଟି ଆସନ ଦଖଲ କରିବ। ଅର୍ଥାତ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ୨୭୨ ଠାରୁ ଏହା ଗୋଟିଏ ଆସନ ଅଧିକ। ସେହିପରି କଂଗ୍ରେସ ୨୦୧୪ ତୁଳନାରେ ଏଥର ଭଲ ପ୍ରଦର୍ଶନ କରିବ। କିନ୍ତୁ ବିଜେପିକୁ ପରାସ୍ତ କରିବା ପାଇଁ କଂଗ୍ରେସ ଯେଉଁ ସ୍ୱପ୍ନ ଦେଖିଛି, ତା’ହା ସତ ହୋଇପାରିବ ନାହିଁ।

କଂଗ୍ରେସ ଏଥର ୮୮ଟି ଆସନ ଜିତିବାର ସମ୍ଭାବନା ରହିଛି। ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୪୦ଟି ଆସନ ପାଇବ। ୫୪୩ଟି ଲୋକସଭା ଆସନରୁ ଆଞ୍ଚଳିକ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ୧୨୯ଟିରେ ବାଜିମାତ କରିବେ ବୋଲି ପୋଲ ଅଫ୍‌ ଓପନିଅନ୍‌ ପୋଲ୍ସରେ ଆକଳନ କରାଯାଇଛି।

ପୋଲ ଅଫ୍‌ ଓପନିଅନ୍‌ ପୋଲ୍ସ ଅନୁଯାୟୀ, ବିଜେପିକୁ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ କ୍ଷତି ସହିବାକୁ ପଡ଼ିବ। ଉତ୍ତର ପ୍ରଦେଶରେ ବିଜେପିକୁ ହରାଇବା ପାଇଁ ମେଣ୍ଟ କରିଥିବା ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ୮୦ଟି ଲୋକସଭା ଆସନରୁ ୩୬ଟି ଆସନରେ ବାଜିମାତ କରିପାରନ୍ତି। ବିଜେପି ୨୦୧୪ରେ ଏଠାରେ ୭୧ଟି ଆସନ ଦଖଲ କରିଥିଲା। କିନ୍ତୁ ଏଥର ଏହା ୪୦କୁ ଖସି ଆସିବ।

ବିହାରରେ ବିଜେପି ଓ ସହଯୋଗୀ ଦଳଗୁଡ଼ିକ ସବୁଠାରୁ ଅଧିକ ଭଲ ପ୍ରଦର୍ଶନ କରିବେ। ଏଠାର ୪୦ଟି ଲୋକସଭା ଆସନରୁ ଏନ୍‌ଡିଏ ଖାତାକୁ ୩୧ଟି ଯିବ। କଂଗ୍ରେସ ଓ ଲାଲୁ ପ୍ରସାଦଙ୍କ ଆରଜେଡି ୯ଟି ଆସନରେ ସୀମିତ ରହିବେ।

ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଆଞ୍ଚଳିକ ଦଳଗୁଡ଼ିକର ଦବଦବା ଦେଖିବାକୁ ମିଳିବ। ଆନ୍ଧ୍ରରେ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ୨୫ଟି ଆସନରୁ ୨୧ଟିରେ ଜିତିପାରେ। କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ମାତ୍ର ୪ଟି ଆସନ ପାଇବ। ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍‌ ୧୭ଟି ଆସନରୁ ୧୪ଟିରେ ଜିତିବାର ସମ୍ଭାବନା ରହିଛି। ଏଠାରେ କଂଗ୍ରେସ ମାତ୍ର ୨ଟି ଆସନରେ ସୀମିତ ରହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି।



from Odisha Reporter http://bit.ly/2I9pR74

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages