
ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ଚାଲିଥିବା ବେଳେ ବିଭିନ୍ନ ବର୍ଗର ଲୋକ ବିଭିନ୍ନ ଦଳରୁ ପ୍ରାର୍ଥୀ ହୋଇଛନ୍ତି। ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ମଧ୍ୟ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ଆଲୋଚନା ହେଉଥିଲା। ଗତ ରାଜ୍ୟସଭା ନିର୍ବାଚନ ବେଳେ ରଘୁରାମ ରାଜନଙ୍କୁ ସଂସଦକୁ ପଠାଇବାକୁ ବିରୋଧୀ ଚେଷ୍ଟା କରୁଥିଲେ। ତାହା ହୋଇଥିଲେ ମୋଦି ସରକାରର ଅର୍ଥନୀତିକୁ ଉଚିତ ଜବାବ ଦେବା ପାଇଁ ବିରୋଧୀଙ୍କ ଅସ୍ତ୍ର ସାଜିଥାନ୍ତେ ରଘୁରାମ ରାଜନ। ହେଲେ କୌଣସି କାରଣରୁ ଏହା ସମ୍ଭବ ହୋଇପାରିନଥିଲା।
ଏଥର ମଧ୍ୟ ବିଜେପି ବିରୋଧୀ କୌଣସି ଦଳରେ ରଘୁରାମ ରାଜନ ସାମିଲ ହେବେ ବୋଲି ସୂଚନା ରହିଥିଲା। ବିଜେପି ଯଦି ହାରେ ତା’ହେଲେ ସମ୍ଭାବ୍ୟ ମହାମେଣ୍ଚ ସରକାରରେ ରଘୁରାମ ରାଜନଙ୍କୁ ଅର୍ଥମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ରଘୁରାମ ରାଜନ।
ସେ କହିଛନ୍ତି ରାଜନୀତିରେ ପ୍ରବେଶ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରି ନାହାନ୍ତି। ଯଦି ସେ ପ୍ରବେଶ କରିବେ ତାହେଲେ ତାଙ୍କ ପାରିବାରିକ ଜୀବନ ବିଗିଡ଼ି ଯିବ ବୋଲି ରାଜନ କହିଛନ୍ତି। ଏମିତିକି ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଦେଇପାରନ୍ତି ବୋଲି ସେ କହିଁଛନ୍ତି। ରଘୁରାମ ରାଜନ ଏବେ ସିକାଗୋ ବିଶ୍ୱବିଦ୍ୟାଳୟର ବୁଥ ସ୍କୁଲ ଅଫ ବିଜନେସରେ ଅଧ୍ୟାପକ ଅଛନ୍ତି।
from Odisha Reporter http://bit.ly/2UGTPRJ
No comments:
Post a Comment