ଗତ ୭ ମାସ ମୋ ପାଇଁ କଷ୍ଟଦାୟକ ଥିଲା: ହାର୍ଦ୍ଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଗତ ୭ ମାସ ମୋ ପାଇଁ କଷ୍ଟଦାୟକ ଥିଲା: ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲର ୧୫ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଶକ୍ତିଶାଳୀ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି। ଏହି ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଅଲରାଉଣ୍ଡର ପ୍ରଦର୍ଶନ କାରଣରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ମ୍ୟାଚ୍ ପରେ ସେ କହିଥିଲେ, ଗତ ୭ମାସ ମୋ ପାଇଁ ସବୁଠାରୁ କଠିନ ସମୟ ଥିଲା, ଏହି ସମୟଗୁଡ଼ିକ ମୁଁ କେମିତି କଟାଇଛି, ତାହା ମୋ ଛଡ଼ା କେହି ଜାଣିନଥିବେ। ସୂଚନାଯୋଗ୍ୟ, ଗତ ୭ମାସରେ ପାଣ୍ଡ୍ୟା ଅଧିକାଂଶ ସମୟରେ କ୍ରିକେଟ୍ ମଇଦାନରୁ ଦୂରେଇ ରହିବା ସହ କିଛି ବିବାଦରେ ମଧ୍ୟ ଛନ୍ଦି ହୋଇପଡ଼ିଥିଲେ।

ତେବେ ଚଳିତ ବର୍ଷ ଏକ ଟିଭି ଶୋ’ରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣା ପାଣ୍ଡ୍ୟାଙ୍କ ପାଇଁ ସବୁଠାରୁ କଷ୍ଟଦାୟକ ଥିଲା। ଏହି ବିବାଦ କାରଣରୁ ତାଙ୍କୁ ବିସିସିଆଇ ସସପେଣ୍ଡ ମଧ୍ୟ କରିଥିଲା। ଫଳସ୍ୱରୂପ ସେ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସ୍ୱଦେଶ ଫେରିଆସିଥିଲେ। ପରେ ତଦନ୍ତ ପ୍ରକ୍ରିୟା ଲମ୍ବା ହେବା କାରଣରୁ ତାଙ୍କ ଉପରୁ ସସପେଣ୍ଡ ହଟାଇ ଦିଆଯାଇଥିଲା।

ଏ ନେଇ ପାଣ୍ଡ୍ୟା କହିଛନ୍ତି, ଗତ ୭ ମାସରେ ମୁଁ ବହୁତ କମ୍ ମ୍ୟାଚ୍ ଖେଳିଛି। ଏହା ମୋ ପାଇଁ ସବୁଠାରୁ କଷ୍ଟକର ସମୟ ଥିଲା। ମୁଁ ଲଗାତାର ବ୍ୟାଟିଂ ଉପରେ ଫୋକସ କରୁଥିଲି ଏବଂ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ଚାହୁଁଥିଲି। ଏଭଳି ବ୍ୟାଟିଂ କରିବା ଏବଂ ଟିମକୁ ଜିତାଇବା ମୋତେ ବହୁତ ଖୁସି ଦେଇଛି।

ମୁଁ ଏହି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ମୋ ପରିବାରକୁ ସମର୍ପିତ କରୁଛି, ଯେଉଁମାନେ ଅସୁବିଧା ସମୟରେ ମୋ ସମର୍ଥନରେ ଛିଡ଼ା ହୋଇଥିଲେ। ଏବେ ମୋର ପୂରା ଧ୍ୟାନ ଆଇପିଏଲ ଉପରେ ରହିଛି ଏବଂ ବିଶ୍ୱକପରେ କିପରି ଭାରତ ବିଜେତା ହେବ, ତାହା ମୋର ଏକମାତ୍ର ଲକ୍ଷ୍ୟ ବୋଲି ପାଣ୍ଡ୍ୟା କହିଛନ୍ତି।



from Odisha Reporter https://ift.tt/2HZfdj8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages