ନ୍ୟାଶନାଲ ହେରାଲ୍ଡ ମାମଲା: ଏଜେଏଲ୍‌କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ନ୍ୟାଶନାଲ ହେରାଲ୍ଡ ମାମଲା: ଏଜେଏଲ୍‌କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ଏଜେଏଲ୍‌କୁ ଆଜି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। କେନ୍ଦ୍ର ସରକାରଙ୍କ ଲ୍ୟାଣ୍ଡ ଆଣ୍ଡ ଡେଭଲପମେଣ୍ଟ ଅଫିସ (ଏଲ ଆଣ୍ଡ ଡିଓ) ଏଜେଏଲ୍‌କୁ ମିଳିଥିବା କୋଠାକୁ ଖାଲି କରିବାକୁ ଯେଉଁ ନିର୍ଦ୍ଦେଶ ଦେଇଥିଲା, ଆଜି ସୁପ୍ରିମକୋର୍ଟ ଏହା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏଥିସହ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଏଲ ଆଣ୍ଡ ଡିଓକୁ ଏଜେଏଲ୍‌ର ଆବେଦନ ଉପରେ ଜବାବ ରଖିବାକୁ ନୋଟିସ୍‌ ଜାରି କରିଛନ୍ତି।

ନ୍ୟାଶନାଲ ହେରାଲ୍ଡ ସମ୍ବାଦପତ୍ର ଏବେ ‘ୟଙ୍ଗ ଇଣ୍ଡିଆ’ ଅଧୀନରେ ରହିଛି। ଏହି ୟଙ୍ଗ ଇଣ୍ଡିଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ମା’ ସୋନିଆ ଗାନ୍ଧି ଓ ଓସ୍କାର ଫର୍ଣ୍ଣାଡିଜ୍‌ଙ୍କ ମେଜରିଟି ଶେୟାର ରହିଛି। ସରକାରଙ୍କ ଠାରୁ ଲିଜ୍‌ ନେଇ ଏଜେଏଲ୍‌ ଏଠି ନ୍ୟାଶନାଲ୍‌ ହେରାଲ୍ଡ ଅଫିସ ଚଳାଇଥିଲା। ତେବେ ସରକାର ଏହାକୁ ଖାଲି କରିବାକୁ କହିଥିଲେ। ଏହା ବିରୋଧରେ ଏଜେଏଲ୍‌ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଏହା ବିରୋଧରେ ଏଜେଏଲ୍‌ ସୁପ୍ରମିକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଆଜି କୋର୍ଟ ଏହାର ଶୁଣାଣି କରି ବର୍ତ୍ତମାନ ସ୍ଥିତିରେ ଅଫିସ ଖାଲି କରିବା ଉପରେ ରୋକ ଲଗାଇଛନ୍ତି।

ନ୍ୟାଶନାଲ୍‌ ହେରାଲ୍ଡକୁ ନିଜ ମାଲିକାନାରେ ରଖିଥିବା ଆସୋସିଏଟ୍‌ ଜର୍ଣ୍ଣାଲ ଲିଃ (ଏଜେଏଲ୍‌) କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏଜେଏଲ୍‌ ପକ୍ଷରୁ କୁହାଯାଇଥିଲା ଯେ ୫୬ ବର୍ଷର ଲିଜ୍‌କୁ ଖାରଜ କରି ସରକାର ହେରାଲ୍ଡ ହାଉସ୍‌ ଖାଲି କରିବାକୁ ଅକ୍ଟୋବର ୩୦ରେ ନୋଟିସ୍‌ କରିଛନ୍ତି। କେବଳ ରାଜନୀତିକ ଉଦ୍ଦେଶ୍ୟ ରଖି ସରକାର ଏଭଳି କରୁଛନ୍ତି। ଏପରି କି ଏଜେଏଲ୍‌ କୋର୍ଟରେ ଏଭଳି ନୋଟିସ୍‌ ବିରୋଧରେ କରିଥିବା ଆବେଦନର ଶୁଣାଣି ହୋଇ ନଥିଲେ ହେଁ କେନ୍ଦ୍ର ସରକାର ହେରାଲ୍ଡ ହାଉସ୍‌କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ବୋଲି ଏଜେଏଲ୍‌ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନ୍‌ଜୀବୀ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭୀ କୋର୍ଟଙ୍କୁ କହିଥିଲେ।



from Odisha Reporter http://bit.ly/2If6nxm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages