
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ବାଚନ ମାହୋଲ ଭିତରେ ଦଳ-ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ନବୀନ ବାବୁଙ୍କୁ ଗତ ନିର୍ବାଚନରେ ଓଡ଼ିଆ ଲୋକମାନେ ୨୦ ଲୋକସଭା ଆସନ ଦେଇଥିଲେ। ମାତ୍ର ମୁଖ୍ୟମନ୍ତ୍ରୀ କ’ଣ କଲେ ? ସଂସଦୀୟ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଦାୟିତ୍ୱ ବିରୋଧୀ ଦଳ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦଳ ବିଜେଡିକୁ ଯଚାଯାଇଥିଲା।
ରାଜ୍ୟସଭାର ଉପସଭାପତି ପଦ ମଧ୍ୟ ବିଜେଡିକୁ ଯଚାଯାଇଥିଲା। କାଳେ ଜଣେ ଓଡ଼ିଆ ସାଂସଦ ସାମ୍ବିଧାନିକ ପଦବୀରେ ରହି ନାଁ ନେଇଯିବେ, ସେହି କାରଣରୁ ତାହା ବି ନେଲେନାହିଁ। ମୁଖ୍ୟମନ୍ତ୍ରୀ ନିଜ ଦଳର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ପ୍ରତି ଅସହିଷ୍ଣୁ ବୋଲି ଧର୍ମେନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି।
ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ନବୀନ ବାବୁ ଗତ ଥର ୨୦ ଜଣଙ୍କୁ ସାଂସଦ ପଠାଇଥିବା ବେଳେ ଏଥର ୧୬ ଜଣ ସାଂସଦଙ୍କୁ ବଦଳାଇ ଦେଇଛନ୍ତି। ଅନ୍ୟ ୪ ଜଣ ଏଥିପାଇଁ ରହିଲେ, କାରଣ ପୁରୀ ଓ ବାଲେଶ୍ୱରର ୨ ଜଣ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ କଳା କାରନାମାର ଓକିଲ। ଆଉ ଜଣେ ବଲାଙ୍ଗୀରର ଅନ୍ତରାଷ୍ଟ୍ରୀୟ ଅସ୍ତ୍ରଶସ୍ତ୍ର ଦଲାଲିର ଗୋଟିଏ ବଡ଼ ଅଂଶ। ବାକି ଭର୍ତ୍ତୃହରି ମହତାବଙ୍କୁ ଲଟକାଇ ରଖି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଟିକେଟ ଦିଆଗଲା।
ଧର୍ମେନ୍ଦ୍ର କହିଛନ୍ତି ଯେ, କଟକ ସାଂସଦ ଭର୍ତ୍ତୃହରି ମହତାବ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି। କଟକ ଚଣ୍ଡି ମନ୍ଦିରରେ ଗୋଟିଏ ତୋରଣ ପାଇଁ ଭର୍ତ୍ତୃହରି ରାଜ୍ୟ ସରକାରଙ୍କୁ ଅନୁରୋଧ କଲା ପରେ ମଧ୍ୟ ହୋଇପାରିଲା ନାହିଁ। ଭାରତ ସରକାରଙ୍କୁ ଅନୁରୋଧ କରିବା ପରେ କୋଲ ଇଣ୍ଡିଆ ତରଫରୁ ଚଣ୍ଡି ମନ୍ଦିରରେ ତୋରଣ ବନାଗଲା।
ତେବେ ଭର୍ତ୍ତୃହରି ମା’ ଚଣ୍ଡିଙ୍କ ସାମ୍ନାରେ ଠିଆ ହୋଇ କେନ୍ଦ୍ରୀୟ ଅବହେଳା ହୋଇଛି କି ନାହିଁ, ତାହା କୁହନ୍ତୁ। ତାଙ୍କୁ ଫାଇନାନ୍ସ ଷ୍ଟାଣ୍ଡିଙ୍ଗ କମିଟିର ଦାୟିତ୍ୱ ମୋଦି ସରକାରଙ୍କ ତରଫରୁ ଯଚାଯାଉଥିଲା ନା ନାହିଁ ଓ ଏହାକୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ପ୍ରତ୍ୟାଖାନ କରିଥିଲେ କି ନାହିଁ ମା’ ଚଣ୍ଡିଙ୍କ ଆଗରେ ଠିଆ ହୋଇ ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଧର୍ମେନ୍ଦ୍ର ଆହ୍ୱାନ କରିଛନ୍ତି।
from Odisha Reporter http://bit.ly/2VRhSPz
No comments:
Post a Comment