ପୁତ୍ର ମୋହରେ ଫିକା ପଡ଼ିଛି ଦାମ ରାଉତଙ୍କ ପ୍ରଚାର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ପୁତ୍ର ମୋହରେ ଫିକା ପଡ଼ିଛି ଦାମ ରାଉତଙ୍କ ପ୍ରଚାର!

dama

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେପିର ପ୍ରାର୍ଥୀ ଭାବେ ବାଲିକୁଦା-ଏରସମା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଚାର ମଇଦାନକୁ ଓହ୍ଲାଇ ପାରିନାହାନ୍ତି। ଏହି ଆସନରେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ ଓ କଂଗ୍ରେସ ପ୍ରାର୍ଥୀ ଡାକ୍ତର ଲଲାଟେନ୍ଦୁ ମହାପାତ୍ର ଜୋରଦାର ପ୍ରଚାର କରୁଥିବାବେଳେ ଡାକ୍ତର ରାଉତ ନିଷ୍ପ୍ରଭ ହୋଇ ବସି ରହିବା ଏବେ ବିଜେପି କର୍ମୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଚର୍ଚ୍ଚା ହେଉଛି, ପୁତ୍ର ସମ୍ବିତ ରାଉତରାୟଙ୍କୁ ବିଜେଡି ପାରାଦୀପ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବାରୁ ଡାକ୍ତର ରାଉତ ବିଜେପି ବ୍ୟାନରରେ ନିଜର ଲଢ଼େଇକୁ ଜୋରଦାର କରିବାକୁ କୁଣ୍ଠାବୋଧ କରୁଛନ୍ତି।

ବାଲିକୁଦା ଓ ଏରସମା ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର ତ ଦୂରର କଥା ଏପର୍ଯ୍ୟନ୍ତ କର୍ମୀ ସମ୍ମିଳନୀ ମଧ୍ୟ କରିବାରେ ଡାକ୍ତର ରାଉତ ସକ୍ଷମ ହୋଇନଥିବା ଜଣାପଡ଼ିଛି। ଯଦିଓ ସେ ବିଜେପିର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି କିନ୍ତୁ ନିର୍ବାଚନମଣ୍ଡଳୀରେ ବିଜେପି କର୍ମୀଙ୍କୁ ନେଇ କୌଣସି ବୈଠକ କରିବା ପ୍ରତି ଆଗ୍ରହ ଦେଖାଉ ନଥିବା ସୂଚନା ମିଳିଛି। ଗତ ଦୁଇଦିନ ତଳେ ବାଲିକୁଦାରେ ବ୍ଲକସ୍ତରୀୟ ବିଜେପି କର୍ମୀ ସମ୍ମିଳନୀ ଡକାଯାଇଥିଲେ ମଧ୍ୟ ଡାକ୍ତର ରାଉତ ସେଠାକୁ ଯାଇନଥିଲେ। ଓଲଟା ନିଜର ଜଣେ ପ୍ରତିନିଧି ପଠାଇ ଚୁପ୍ ରହିଥିଲେ। ଯେଉଁଥିପାଇଁ ବିଜେପି କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଡାକ୍ତର ରାଉତ ବିଜେପି ପ୍ରାର୍ଥୀ ଭାବେ ମଇଦାନରେ ରହିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ବିଜେପି କର୍ମୀଙ୍କ ବଦଳରେ ସେ ନିଜର ଅନୁଗତମାନଙ୍କୁ ଧରି ନିର୍ବାଚନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଓ ବିଜେଡି ପ୍ରାର୍ଥୀମାନେ ଦଳୀୟ କର୍ମୀ ସମ୍ମିଳନୀ ଓ ପ୍ରଚାର କାର୍ଯ୍ୟକୁ ଜୋରଦାର କରୁଥିବାବେଳେ ଡାକ୍ତର ରାଉତ କାହିଁକି ନିରବ ରହୁଛନ୍ତି ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନାଦି ସନ୍ଦେହ ଉଙ୍କି ମାରିଛି।

ଚର୍ଚ୍ଚା ହେଉଛି, ଡାକ୍ତର ରାଉତ ତାଙ୍କ ପୁଅ ତଥା ବିଜେଡିର ପାରାଦୀପ ପ୍ରାର୍ଥୀ ସମ୍ବିତଙ୍କ ନିମନ୍ତେ ବିଜୟ ମାର୍ଗ ପ୍ରଶସ୍ତ ନିମନ୍ତେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ଆଖିଦୃଶିଆ ପ୍ରଚାର ଅଭିଯାନ ଚଳାଇ ପାରୁନାହାନ୍ତି। ସେ ବାଲିକୁଦା-ଏରସମାରୁ ବିଜେପି ପ୍ରାର୍ଥୀ ହୋଇଥିଲେ ମଧ୍ୟ ପୁଅର ଚାପ ଯୋଗୁ କେବଳ ନାମକୁ ମାତ୍ର ସକ୍ରିୟତା ଦେଖାଉଛନ୍ତି। ନିର୍ବାଚନକୁ ଆଉ ମାତ୍ର ୧୫ଦିନ ଥିବାବେଳେ ବାଲିକୁଦା ବ୍ଲକରେ ଡାକ୍ତର ରାଉତ ନିଜର ରାଜନୀତିକ କାର୍ଯ୍ୟକ୍ରମ ଆରମ୍ଭ କରିପାରିନାହାନ୍ତି। ବିଜେଡିର ଅସନ୍ତୁଷ୍ଟ ଭୋଟଗୁଡ଼ିକ ଡାକ୍ତର ରାଉତଙ୍କ ସପକ୍ଷରେ ଯିବାର ସମ୍ଭାବନା ଥିବାବେଳେ ତାଙ୍କର ଏଭଳି ସନ୍ଦେହଜନକ ଗତିବିଧି ଯୋଗୁ ସେହି ଅସନ୍ତୁଷ୍ଟମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଯଦିଓ ଡାକ୍ତର ରାଉତ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି ଓ ତାଙ୍କର ନାମାଙ୍କନ ପତ୍ର କାଏମ ରହିଛି ତଥାପି ତାଙ୍କର ନିଷ୍କ୍ରିୟତା ହିଁ ଅନେକ କିଛି ବୟାନ କରୁଛି ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2Ihn4sI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages