‘ପ୍ରଧାନମନ୍ତ୍ରୀ ହେବା ପାଇଁ ମୋ ବାପାଙ୍କର ଇଚ୍ଛା ନାହିଁ ‘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

‘ପ୍ରଧାନମନ୍ତ୍ରୀ ହେବା ପାଇଁ ମୋ ବାପାଙ୍କର ଇଚ୍ଛା ନାହିଁ ‘

ନୂଆଦିଲ୍ଲୀ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କୁ ଆପଣ ଅନେକ ସମୟରେ କାନ୍ଦିଥିବାର ଦେଖିଥିବେ। ଏପରିକି ନିର୍ବାଚନ ପ୍ରଚାର ସମୟରେ ସଭାସ୍ଥଳରେ ମଧ୍ୟ ସେ ଭାବୁକ ହୋଇ ପଡ଼ିଥାନ୍ତି। କେହି କେହି ତାଙ୍କୁ ନାକକାନ୍ଦୁରା ଆକ୍ଷେପ କରିଥାନ୍ତି। ମିଡିଆରେ ତାଙ୍କ କାନ୍ଦକୁ ନେଇ ବେଶ ଚର୍ଚ୍ଚା। ଏସବୁକୁ ଦେଖିବା ପରେ କୁମାରସ୍ୱାମୀ ମୁହଁ ଖୋଲିଛନ୍ତି। ସେ କାହିଁକି କାନ୍ଦନ୍ତି ତାର କାରଣ ସାର୍ବଜନୀନ କରିଛନ୍ତି।

ଶନିବାର ଖବର ସଂସ୍ଥା ଏଏନ୍‌ଆଇ ସହିତ କଥାବାର୍ତ୍ତା କରିବା ସମୟରେ କୁମାରସ୍ୱାମୀ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, “ମୁଁ ବହୁତ ସମ୍ୱେଦନଶୀଳ ଓ ଭାବନାତ୍ମକ ମଣିଷ । ସବୁବେଳେ ଜନତାଙ୍କ ମାନସିକ ସ୍ଥିତି ଉପରେ ଧ୍ୟାନ ଦେଇଥାଏ। ପ୍ରଥମରୁ ମୁଁ ଯେବେ କଂଗ୍ରେସ ସହ ହାତ ମିଶାଇଥିଲି, ଏଥିରେ ଲୋକ ଖୁସି ନଥିଲେ। ଏଥିପାଇଁ ମୁଁ ଚିନ୍ତାରେ ଥିଲି ଓ ମୋ ଆଖିରେ ଲୁହ ଚାଲି ଆସିଥିଲା। କିନ୍ତୁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିଛି ଏବଂ ଜନତା ଏହା ବୁଝି ସାରିଛନ୍ତି ଯେ, କର୍ଣ୍ଣାଟକର ବିକାଶ ପାଇଁ କଂଗ୍ରେସ ସହିତ ହାତ ମିଳାଇ ମୁଁ ଠିକ କରିଛି।“

କୁମାରସ୍ୱାମୀ ଆହୁରି ମଧ୍ୟ କହିଛନ୍ତି, “ବାଲାକୋଟରେ ଏୟାରଷ୍ଟ୍ରାଇକ୍‌ କରିବା ପରେ ପ୍ରଧାନମନ୍ତ୍ରୀ ଏହାକୁ ନିର୍ବାଚନୀ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପଦର ଅପବ୍ୟବହାର କରିବା ଉଚିତ୍‌ ନୁହେଁ। ଅନ୍ୟ ପ୍ରଧାନମନ୍ତ୍ରୀଙ୍କ ସମୟରେ ମଧ୍ୟ ଭାରତ-ପାକିସ୍ଥାନ ମଧ୍ୟରେ ଏହିପରି ଟକ୍କର ଲାଗି ରହିଥିଲା। କିନ୍ତୁ ସେମାନେ ଏହାକୁ ନେଇ ବ୍ୟକ୍ତିଗତ ଲାଭ ଉଠାଇବାକୁ ଚେଷ୍ଟା କରିନାହାନ୍ତି। ଯାହା ବର୍ତ୍ତମାନର ପ୍ରଧାନମନ୍ତ୍ରୀ କରୁଛନ୍ତି। ମୋଦି ଏପରି କରି ଦେଶର ଜନତାଙ୍କୁ ଭୁଆଁ ବୁଲାଉଛନ୍ତି, ଯେପରି ନିଜେ ଯାଇ ପାକିସ୍ତାନ ଉପରେ ବମ୍‌ ପକାଇ ଆସିଛନ୍ତି। “

କୁମାରସ୍ୱାମୀ ତାଙ୍କର ବାପା ଏଚ୍‌ଡି ଦେବଗୌଡ଼ାଙ୍କ ନାମ ନେଇ କହିଥିଲେ, “ମୋର ବାପା ୧୯୯୫ ମସିହାରେ ୧୦ ମାସ ପାଇଁ ପ୍ରଧାନମନ୍ତ୍ରୀ ଥିଲେ। ସେହି ସମୟରେ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ମତାନ୍ତର ହୋଇନଥିଲା ଏବଂ ଯୁଦ୍ଧ ମଧ୍ୟ ହୋଇନଥିଲା। ସେହି ସମୟରେ ଦେଶର ସୀମାରେ ଶାନ୍ତିର ପରିବେଶ ରହିଥିଲା। ମୋ ମତରେ ପ୍ରଧାନମନ୍ତ୍ରୀ ପଦରେ ରହିବା ପାଇଁ ମୋର ବାପା ଜଣେ ଅନୁଭବୀ ରାଜନେତା। କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛାପ୍ରକାଶ କରୁନଥିବାରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସମର୍ଥନ କରି ସାରିଛନ୍ତି।“

ଦକ୍ଷିଣ ଭାରତ ଓ ଦେଶର ଅଲଗା ଅଲଗା ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ନେଇ ଭୋଟ ମାଗୁଥିବା ନେତାଙ୍କୁ ମଧ୍ୟ କୁମାରସ୍ୱାମୀ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, “ଏହା ଏକ ହାସ୍ୟାସ୍ପଦ କଥା ଯେ, ନେତାମାନେ ଗୋଟିଏ ଚେହେରାକୁ ଆଗରେ ରଖି ଭୋଟ ମାଗୁଛନ୍ତି।“

କୁମାରସ୍ୱାମୀ ଏହା ଭରସା କରିଛନ୍ତି ଯେ, ଆଗାମୀ ଭବିଷ୍ୟତରେ କେନ୍ଦ୍ରରେ ମେଣ୍ଟ ସରକାର ଗଠନ ହେବ ଏବଂ ଏଥିରେ ତାଙ୍କ ପାର୍ଟି ଏକ ମୂଖ୍ୟ ଭୂମିକା ଗ୍ରହଣ କରିବ।



from Odisha Reporter http://bit.ly/2DmAmzY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages