
ନୂଆଦିଲ୍ଲୀ: ଆଜି ବିଜେପି ଦଳର ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଉଥିବା ବେଳେ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଜେଭିଏଲ୍ ନରସିମହା ରାଓଙ୍କ ଉପରକୁ ଚପଲ ମାଡ଼ ହୋଇଛି।
ଆଜି ଶ୍ରୀ ରାଓ ସାମ୍ବାଦିକ ସମ୍ମିଳନୀ ଆରମ୍ଭ କରିବା କ୍ଷଣି ଜଣେ ବ୍ୟକ୍ତି ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ। ଗୋଲାପୀ ରଙ୍ଗର ଶାର୍ଟ ପରିଧାନ କରିଥିବା ବ୍ୟକ୍ତି ଜଣଙ୍କ ଲୋକଙ୍କ ମଧ୍ୟରେ ବସିଥିଲେ। ହଠାତ୍ ସେ ସେଠାରୁ ଉଠି ଆସି ଶ୍ରୀ ରାଓଙ୍କ ଷ୍ଟେଜ୍ ପାଖରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ବ୍ୟକ୍ତି ଜଣଙ୍କ ହଠାତ୍ ଶ୍ରୀ ରାଓଙ୍କ ଉପରକୁ ଚପଲ ମାଡ଼ କରିଥିଲେ। ବ୍ୟକ୍ତି ଜଣଙ୍କ ପରିଚୟ ମିଳିଛି ଓ ସେ ପେସାରେ ଜଣେ ଡାକ୍ତର ବୋଲି ଜଣାପଡ଼ିଛି।
କିନ୍ତୁ ଏଭଳି ଚପଲ ଫିଙ୍ଗା ଘଟଣାର ପ୍ରଭାବ ଶ୍ରୀ ରାଓଙ୍କ ଉପରେ ଆଦୌ ପଡ଼ି ନଥିଲା। ସେ ପୂର୍ବଭଳି ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଚାଲିଥିଲେ। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀମାନେ ଚପଲ ମାଡ଼ କରିଥିବା ବ୍ୟକ୍ତିଙ୍କୁ କାବୁ କରି ବାହାରକୁ ନେଇ ଯାଇଥିଲେ। ଚପଲ ମାଡ଼ ସମୟରେ ଶ୍ରୀ ରାଓଙ୍କ ସହ ଅନ୍ୟତମ ବିଜେପି ନେତା ଭୂପିନ୍ଦର ଯାଦବ ମଧ୍ୟ ଉପସ୍ଥିତ ରହିଥିଲେ।
from Odisha Reporter http://bit.ly/2GtXT48
No comments:
Post a Comment