ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଟିମରେ ହମିଦ୍ ଓ ଅସଘର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ବିଶ୍ୱକପ୍ ପାଇଁ ଆଫଗାନିସ୍ତାନ ଟିମରେ ହମିଦ୍ ଓ ଅସଘର୍

କୁବୁଲ: ଇଂଲଣ୍ଡରେ ହେବାକୁଥିବା ଆଇସିସି ବିଶ୍ୱକପ୍ ପାଇଁ ଆଜି ଆଫଗାନିସ୍ତାନ ଟିମର ଘୋଷଣା କରାଯାଇଛି। ପେସ୍ ବୋଲର ହମିଦ୍ ହସନ୍ ଓ ପୂର୍ବତନ ଅଧିନାୟକ ଅସଘର ଆଫଗାନଙ୍କୁ ବିଶ୍ୱକପ୍ ଟିମରେ ସ୍ଥାନ ମିଳିଛି। ଏହାଛଡ଼ା ଦୁଇ ଷ୍ଟାର୍ ସ୍ପିନର ରଶିଦ୍ ଖାନ୍ ଓ ମହମ୍ମଦ ନବି ବିଶ୍ୱକପ୍ ପାଇଁ ସାମିଲ୍ ହୋଇଛନ୍ତି।

ଏହି ୧୫ଜଣିଆ ଟିମର ନେତୃତ୍ୱ ନେବେ ଗୁଲବଦିନ୍ ନାଏବ। ନିକଟରେ ଆଫଗାନିସ୍ତାନ ଟିମର ଅଧିନାୟକ ଭାବେ ଆଫଗାନଙ୍କୁ ବହିଷ୍କୃତ କରାଯାଇଥିଲା ଏବଂ ତାଙ୍କ ସ୍ଥାନରେ ଗୁଲବଦିନଙ୍କୁ ଟିମର ନେତୃତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ହସନ୍ ତିନିବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି, କିନ୍ତୁ ତାଙ୍କ ଫିଟନେସକୁ ନେଇ ସମସ୍ୟା ରହିଛି।

୩୧ ବର୍ଷୀୟ ଏହି ବୋଲର ୩୨ ଦିନିକିଆ ମ୍ୟାଚ୍ ଖେଳି ୫୬ ୱିକେଟ୍ ନେଇଛନ୍ତି। ମୁଖ୍ୟ ଚୟନକର୍ତ୍ତା ଦୌଲତ୍ ଖାନ୍ ଅହମ୍ମଦଜାଇ କହିଛନ୍ତି, ‘ସିନିୟର ବୋଲର ହସନଙ୍କ ପ୍ରତ୍ୟାବର୍ତ୍ତନ ଟିମ୍ ପାଇଁ ଭଲ ଖବର। ଅଭ୍ୟାସ ମ୍ୟାଚରେ ଆମେ ତାଙ୍କର ଫର୍ମ ଓ ଫିଟନେସକୁ ପରଖିବୁ।’ ଟିମରେ ତିନିଜଣ ରିଜର୍ଭ ଖେଳାଳି ଯଥା ଇକ୍ରାମ୍ ଅଲିଖିଲ୍, କରିମ୍ ଜନତ୍ ଓ ସୟେଦ୍ ଶିରଜାଦଙ୍କୁ ସାମିଲ୍ କରାଯାଇଛି।

ଘୋଷିତ ଦଳ: ଗୁଲବଦିନ୍ ନାଏବ (ଅଧିନାୟକ), ମହମ୍ମଦ ଶେହଜାଦ୍ (ୱିକେଟକିପର), ନୁର୍ ଅଲୀ ଜର୍ଦ୍ଦାନ, ହଜରତୁଲ୍ଲା ଜାଜାଇ, ରେହମତ୍ ଶାହ, ଅସଘର ଆଫଗାନ୍, ହଶମତୁଲ୍ଲା ଶାହିଦି, ନାଜିବୁଲ୍ଲା ଜର୍ଦ୍ଦାନ୍, ସାମିଉଲ୍ଲା ଶିନୱାରୀ, ମହମ୍ମନ ନବି, ରଶିଦ୍ ଖାନ୍, ଦାଓଲତ୍ ଜର୍ଦ୍ଦାନ୍, ଆଫତାବ ଆଲାମ, ହମିଦ୍ ହସନ୍, ମୁଜୀବ ଉର୍ ରେହମାନ୍।



from Odisha Reporter http://bit.ly/2W3KFk0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages