କଲମ୍ବୋ ଆକ୍ରମଣ ଘଟଣା: ମୃତ୍ୟୁ ସଂଖ୍ୟା ଛୁଇଁଲା ୩୫୯, ଭାରତ ଦେଇଥିଲା ଆକ୍ରମଣର ପକ୍କା ସୂଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

କଲମ୍ବୋ ଆକ୍ରମଣ ଘଟଣା: ମୃତ୍ୟୁ ସଂଖ୍ୟା ଛୁଇଁଲା ୩୫୯, ଭାରତ ଦେଇଥିଲା ଆକ୍ରମଣର ପକ୍କା ସୂଚନା

ନୂଆଦିଲ୍ଲୀ: ଗତ ରବିବାର ଦିନ ଇଷ୍ଟର ଉତ୍ସବ ବେଳେ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସୂଚନା ଭାରତର ଗୁଇନ୍ଦା ପାଇଥିଲା। ଏ ନେଇ ଶ୍ରୀଲଙ୍କା ଗୁଇନ୍ଦା ଅଧିକାରୀଙ୍କୁ ଭାରତ ବିସ୍ଫୋରଣର ୨ ଘଣ୍ଟା ପୂର୍ବରୁ କୌଣସି ଚର୍ଚ୍ଚ ଉପରେ ଆକ୍ରମଣ ହେବ ବୋଲି ଅବଗତ କରାଇଥିଲା। ହେଲେ ଏହାକୁ ସେତେଟା ଗୁରୁତ୍ୱ ଦେଇ ନଥିଲା ଶ୍ରୀଲଙ୍କା। ଫଳରେ ପଦକ୍ଷେପ ଗ୍ରହଣ ନ କରିବାରୁ ଆତଙ୍କବାଦୀମାନେ ବିସ୍ଫୋରଣ କରିବାରେ ସଫଳ ହୋଇଥିଲେ। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ସାକ୍ଷାତକାର ଦେବା ବେଳେ ଏହା କହିଛନ୍ତି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ବିକ୍ରମାସିଙ୍ଘେ। ବର୍ତ୍ତମାନ ଏହି ଗଣସଂହାର ଘଟଣାରେ ମୃତ୍ୟୁ ସଂଖ୍ୟା ୩୫୯ ଛୁଇଁଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ତେବେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆଇଏସ ସଂଗଠନ ସହ ଶ୍ରୀଲଙ୍କାର କିଛି ଲୋକ ମଧ୍ୟ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି। ତେଣୁ ତଦନ୍ତ ପାଇଁ ଶ୍ରୀଲଙ୍କା ସରକାର ଦେଶ ବାହାରର କିଛି ସଂସ୍ଥାର ସହଯୋଗ ଲୋଡ଼ିଛନ୍ତି ବୋଲି ବିକ୍ରମାସିଙ୍ଘେ କହିଛନ୍ତି।

ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ) ଏବଂ ସ୍ଥାନୀୟ ଜାତୀୟ ତୋହୀଦ ଜମାତ(ଏନଟିଜେ) ଏହି ଆକ୍ରମଣ କରିଥିବା ସ୍ପଷ୍ଟ କରିଛନ୍ତି। ଏହି ଘଟଣାରେ ୪୦ ଜଣଙ୍କୁ ଏଯାଏ ଗିରଫ କରାଯାଇଥିବା ବେଳେ ସନ୍ଦିଗ୍ଧଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି।



from Odisha Reporter http://bit.ly/2XFEfro

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages