ଚେନ୍ନାଇ ପାଇଁ ଧୋନିଙ୍କ ୧୫୦ତମ ମ୍ୟାଚ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 6, 2019

ଚେନ୍ନାଇ ପାଇଁ ଧୋନିଙ୍କ ୧୫୦ତମ ମ୍ୟାଚ୍‌

ଚେନ୍ନାଇ: ଆଇପିଏଲ୍‌ର ପ୍ରଥମ ସଂସ୍କରଣରୁ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ମ୍ୟାଚ୍‌ ଖେଳି ଆସୁଥିବା କ୍ୟାପ୍ଟେନ କୁଲ୍‌ ମହେନ୍ଦ୍ର ସିଂହ ଧୋନି ଆଜି ଏକ ମାଇଲ୍‌ ଖୁଣ୍ଟ ସ୍ଥାପନ କରିଛନ୍ତି। ଆଜି କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାଚ୍‌ ପାଇଁ ଧୋନି ମଇଦାନକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଏକ ରେକର୍ଡ ଯୋଡ଼ି ହୋଇଯିବ। ସେ ଆଜି ଚେନ୍ନାଇ ପାଇଁ ଆଇପିଏଲ୍‌ର ୧୫୦ତମ ମ୍ୟାଚ୍‌ ଖେଳିବେ।

ସେହିପରି ଚେନ୍ନାଇର ଘରୋଇ ଷ୍ଟାଡିମୟରେ ଏହା ଧୋନିଙ୍କ ୫୦ତମ ମ୍ୟାଚ୍‌। ଗତ ସପ୍ତାହରେ ଚେନ୍ନାଇର ଅନ୍ୟତମ ଷ୍ଟାର ଖେଳାଳି ସୁରେଶ ରାଇନା ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ପାଇଁ ୧୫୦ତମ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିଲେ।

ଧୋନି ଚେନ୍ନାଇ ପାଇଁ ୧୫୦ଟି ମ୍ୟାଚ୍‌ ଖେଳି ୨୩.୮ ହାରରେ ୩୫୬୧ ରନ୍‌ କରିଛନ୍ତି। ଏଥିରେ ୨୦ଟି ଅର୍ଦ୍ଧଶତକ ରହିଛି। ଦୁଇ ବର୍ଷର ବ୍ୟାନ୍‌ ପରେ ଚେନ୍ନାଇ ଗତବର୍ଷ ଆଇପିଏଲ୍‌କୁ କମ୍‌ବ୍ୟାକ୍‌ କରିଥିଲା। ଗତ ସଂସ୍କରଣରେ ଧୋନି ୪୫୫ ରନ୍‌ କରିବା ସହ ଚେନ୍ନାଇକୁ ତୃତୀୟ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ କରାଇଥିଲେ।



from Odisha Reporter http://bit.ly/2WOXA9g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages