ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌: ଓଡ଼ିଶାର ୫ ଲୋକସଭା ଓ ୩୫ଟି ବିଧାନସଭା ଆସନରେ ମତଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌: ଓଡ଼ିଶାର ୫ ଲୋକସଭା ଓ ୩୫ଟି ବିଧାନସଭା ଆସନରେ ମତଦାନ

ନୂଆଦିଲ୍ଲୀ: ଆସନ୍ତାକାଲି ସମଗ୍ର ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ହେବ। ଏହି ପର୍ଯ୍ୟାୟରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୫ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ।

ପ୍ରଥମେ ୧୨ଟି ରାଜ୍ୟର ୯୭ଟି ଆସନରେ ଭୋଟ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ତାମିଲନାଡୁର ଗୋଟିଏ ଆସନ ଓ ପୂର୍ବ ତ୍ରିପୁରାର ଗୋଟିଏ ଲୋକସଭା ନିର୍ବାଚନକୁ ବାତିଲ କରାଯାଇଛି। ପୂର୍ବ ତ୍ରିପୁରାରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୋଟକୁ ଘୁଞ୍ଚାଇ ଦିଆଯାଇଛି। ଏଠାରେ ଆସନ୍ତା ୨୩ ତାରିଖରେ ଭୋଟ୍‌ ହେବ। ଚଳିତ ବର୍ଷ ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି।

ଆସନ୍ତାକାଲି ଓଡ଼ିଶାର ୫ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭାରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେହିପରି ତାମିଲନାଡୁର ତାମିଲନାଡୁର ୩୯ଟି ଆସନରୁ ୩୮ଟିରେ ଭୋଟ୍‌ ହେବ। କାରଣ ଭେଲ୍ଲୋର ଆସନରେ ମତଦାନକୁ ବାତିଲ କରିଦିଆଯାଇଛି। ଏଠାରେ ବିପୁଳ ପରିମାଣର ନାଗଡ଼ ଟଙ୍କା ଜବତ ହେବାରୁ ନିର୍ବାଚନ କମିଶନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ୩୮ଟି ଲୋକସଭା ସହ ୧୮ଟି ବିଧାନସଭାରେ ମଧ୍ୟ ଆସନ୍ତାକାଲି ଉପ ନିର୍ବାଚନ ପାଇଁ ଭୋଟ ହେବ।

ସେହିପରି ଗୁରୁବାର କର୍ଣ୍ଣାଟକାରେ ୧୪ଟି, ମହାରାଷ୍ଟ୍ରରେ ୧୦ଟି, ଉତ୍ତର ପ୍ରଦେଶର ୮ଟି, ଆସାମ ଏବଂ ବିହାରର ୫ଟି, ଛତିଶଗଡ଼ ଓ ପଶ୍ଚିମବଙ୍ଗର ୩ଟି, ଜମ୍ମୁ-କଶ୍ମୀରର ୨ଟି, ମଣିପୁର, ପୁଡୁଚେରୀ ଏବଂ ତ୍ରିପୁରାର ଗୋଟିଏ ଆସନ ପାଇଁ ଭୋଟର ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ପାଇଁ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୩୫ ସାଂସଦ ପ୍ରାର୍ଥୀ ଏବଂ ୨୪୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମୋଟ୍ ୭୬ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର୍।

ଆସନ୍ତାକାଲି ଭୋଟ୍ ଗ୍ରହଣ ହେବାକୁ ଥିବା ମୋଟ ୯ ହଜାର ୧୧୭ଟି ବୁଥରୁ ୩ ହଜାର ୭୦୧ଟି ବୁଥ୍ ସମ୍ବେଦଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ସେହିପରି ୭୩୯ ବୁଥରେ ସେଣ୍ଟ୍ରାଲ ଫୋର୍ସ ନିୟୋଜିତ ହେବେ। ୮୮୩ଟି ବୁଥ ଉପରେ ୱେବ୍ କାଷ୍ଟିଂ କରାଯିବ। ମାଇକ୍ରୋ ଅବଜରଭରଙ୍କ ତୀକ୍ଷ୍ମ ନଜରରେ ୮୯୨ ବୁଥ୍ ରହିବ। ପ୍ରଥମ ପଯର୍ୟାୟ ଭଳି ଏଥର ମଧ୍ୟ ଭୋଟ୍ ଗ୍ରହଣର ଦେଢ ଘଣ୍ଟା ପୂର୍ବରୁ ସବୁ ବୁଥରେ ମକ୍ ପୋଲିଂ ହେବ। ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ସୁରକ୍ଷା ଦୃଷ୍ଟିରୁ ୧୩ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଅପରାହ୍ନ ୪ଟା ଯାଏ କରାଯିବାକୁ ସ୍ଥିର ହୋଇଛି। ଏଥର ନିର୍ବାଚନ ପାଇଁ ୬୦ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ୧୦ଟି ଲୋକସଭା ଆସନରେ ୧୭୯ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ। ଏଠାରେ ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୧ କୋଟି ୮୬ ଲକ୍ଷ ୬ ହଜାର ୯୨୬।

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଏପ୍ରିଲ ୨୩ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଏପ୍ରିଲ ୨୯ରେ ୪ର୍ଥ ପର୍ଯ୍ୟାୟ ଭୋଟ ହେବ। ମେ’ ୬ରେ ୫ମ ପର୍ଯ୍ୟାୟ, ମେ’୧୨ରେ ୬ଷ୍ଠ ପର୍ଯ୍ୟାୟ ଓ ମେ’ ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ହେବ। ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ମେ’ ୨୩ରେ ପ୍ରକାଶ ପାଇବ।



from Odisha Reporter http://bit.ly/2v7K2d8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages