ହାରିବା ଭୟରେ ଭୋଟରଙ୍କୁ ଭୟଭୀତ କରାଉଛି ବିଜେଡି: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ହାରିବା ଭୟରେ ଭୋଟରଙ୍କୁ ଭୟଭୀତ କରାଉଛି ବିଜେଡି: ବିଜେପି

samirmohanty

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ନିର୍ବାଚନରେ ପରାଜୟର ଆଭାସ ପାଇ ବିଜେଡି ଏବେ ରାଜ୍ୟରେ ଆତଙ୍କରାଜ ଚଳାଇଛି ଓ ଭୋଟରଙ୍କୁ ଭୟଭୀତ କରାଉଛି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟରେ ଆଇନଶୃଙ୍କଳା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ପ୍ରତିଦିନ ବିଜେପି କର୍ମୀମାନଙ୍କ ଉପରେ ଆକ୍ରମଣ ହେବା ସହ ହତ୍ୟା କରାଯାଉଛି । ଶାସକ ବିଜେଡିର ଗୁଣ୍ଡାମାନେ ଅମାନୁଷିକ କାଣ୍ଡ ଘଟାଇ ବିରୋଧୀ ଏବଂ ସାଧାରଣ ଭୋଟରମାନଙ୍କୁ ପ୍ରଭାବିତ କରୁଛନ୍ତି । ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ ବିଜେଡିର ‘ଗୁଣ୍ଡା’ମାନେ ହିଂସ୍ର ହୋଇପଡ଼ିଛନ୍ତି । ରାଜ୍ୟରେ ଦୁର୍ଷ୍କମ, ହତ୍ୟା ଆଦି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ବିଜେଡି ଦଳର ନେତାଙ୍କ ଛତ୍ରଛାୟା ତଳେ ରହି ଅପରାଧୀ ମାନେ ଖୁଲୁମଖୁଲା ଅପରାଧ ଘଟାଇ ଚାଲିଛନ୍ତି । ତୁରନ୍ତ ଏମାନଙ୍କର ଗୁଣ୍ଡାରାଜକୁ ଦମନ କରିବା ସହ ରାଜ୍ୟରେ ଶାନ୍ତିର ବାତାବରଣ ସୃଷ୍ଟି କରିବା ଓ ମୁକ୍ତ, ଅବାଧ ଓ ଭୟମୁକ୍ତ ନିର୍ବାଚନ ପାଇଁ ସେମାନେ ଦାବି କରିଛନ୍ତି।

ଅପରାଧ ଘଟାଉଥିବା ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ବିଜେପି ଦାବି କରିଛନ୍ତି । ଗତ କିଛିଦିନ ତଳେ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଶାସକ ବିଜେଡି ଦଳର ଗୁଣ୍ଡାମାନେ ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ବଦ୍ରି ପାତ୍ର ଏବଂ ତାଙ୍କ ପୁଅଙ୍କ ସଂପୃକ୍ତି ଥିବାର ପ୍ରମାଣ ରହିଛି । ମାର୍ଚ୍ଚ ୧୪ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଛି । କିଛି ଗୁଳି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ପାଖରେ ଯାଇଛି । ଏହି ଘଟଣାକୁ ୩ ଦିନ ବିତିଥିଲେ ବି ଏଯାବତ ଜଣକୁ ମଧ୍ୟ ପୋଲିସ ଗିରଫ କରିପାରି ନାହିଁ ।

ସେହିପରି ୨ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ସହ ହତ୍ୟା କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ଅନେକ ସ୍ଥାନରେ ବୁଥ ଦଖଲ, ରିଗିଂ ଏବଂ ଭୋଟରଙ୍କୁ ଲାଞ୍ଚ ସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକ ଦିଆଯାଇଛି । ଗତ ୧୫ ତାରିଖ ଦିନ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଶାସକ ବିଜେଡି ଦଳର କିଛି ଗୁଣ୍ଡାମାନେ ଠେଙ୍ଗାରେ ବାଡ଼େଇ ହତ୍ୟା କରିଛନ୍ତି । ବିଜେଡିର କର୍ମୀମାନେ ବିଜେପିର ପୋଷ୍ଟର ଚିରିବା ସହ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମତଦାତାଙ୍କୁ ଟଙ୍କା ଏବଂ ଧମକ ଦେଉଛନ୍ତି । ଏହା ବିରୁଦ୍ଧରେ ବିଭିନ୍ନ ଥାନାରେ ଏତଲା ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ବିଜେପି ଅଭିଯୋଗ କରିଛି।

ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ରମାରଞ୍ଜନ ବଳିଆରସିଂହ, ଲେଖାଶ୍ରୀ ସାମନ୍ତସିଂହାର, ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।



from Odisha Reporter http://bit.ly/2KIsXRz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages