ଟିମରେ ଧୋନିଙ୍କ ଭୂମିକା ନେଇ ମୁହଁ ଖୋଲିଲେ ବିରାଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଟିମରେ ଧୋନିଙ୍କ ଭୂମିକା ନେଇ ମୁହଁ ଖୋଲିଲେ ବିରାଟ୍

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍କୁ ଆଉ ଦେଢ଼ ମାସରୁ କମ୍ ସମୟ ବାକି ରହିଲା। ମେ’ ୩୦ ତାରିଖରୁ ଆରମ୍ଭ ହେବ କ୍ରିକେଟର ଏହି ମହାକୁମ୍ଭ। ବିଶ୍ୱକପ୍ ପୂର୍ବରୁ ବିରାଟ୍ କୋହଲି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ବନ୍ଧରେ କିଛି ବଡ଼ କଥା କହିଛନ୍ତି।

ଭାରତୀୟ ଦଳରେ ଧୋନିଙ୍କ ଭୂମିକା ନେଇ ବିରାଟ୍ ମୁହଁ ଖୋଲିଛନ୍ତି। ଏକ ଟିଭି ଇଣ୍ଟରଭ୍ୟୁରେ ଯୋଗଦେବା ଅବସରରେ ବିରାଟ୍ କହିଛନ୍ତି, ‘ଷ୍ଟମ୍ପ ପଛରେ ଧୋନିଙ୍କ ଉପସ୍ଥିତି ଦ୍ୱାରା ମୁଁ ନିଜକୁ ଭାଗ୍ୟବାନ୍ ମନେ କରେ।’

ଧୋନି ଭାରତର ସବୁଠାରୁ ସଫଳ ଅଧିନାୟକ। ତାଙ୍କ ନେତୃତ୍ୱରେ ଭାରତ ଆଇସିସିର ତିନୋଟି ଟୁର୍ଣ୍ଣାମେଣ୍ଟ (୨୦୦୭ରେ ଆଇସିସି ୱାର୍ଲ୍ଡ ଟି-୨୦, ୨୦୧୧ରେ ଆଇସିସି ୱାର୍ଲ୍ଡକପ୍ ଏବଂ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି) ଜିତିଛି। ଗତ ବର୍ଷ ଧୋନିଙ୍କ ଖରାପ ଫର୍ମକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା।

ଏପରିକି ୨୦୧୯ ବିଶ୍ୱକପରେ ଧୋନିଙ୍କୁ ଚୟନ ନକରିବା ପାଇଁ କିଛି କହିଥିଲେ। କିନ୍ତୁ ଧୋନି ଚଳିତ ବର୍ଷ ଫର୍ମକୁ ଫେରିବା ସହ ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ। ଧୋନି ଗତ ୯ ଦିନିକିଆରେ ୩୨୭ ରନ୍ କରିଛନ୍ତି, ଯେଉଁଥିରେ ୪ ଅର୍ଦ୍ଧଶତକ ସାମିଲ୍ ଅଛି।

ଧୋନିଙ୍କୁ ଏଭଳି ସମାଲୋଚନା କରାଯିବା ନେଇ କୋହଲି କହିଛନ୍ତି, ଧୋନିଙ୍କ ସମାଲୋଚନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ମୁଁ ଯେତେବେଳେ ଟିମକୁ ଆସିଥିଲି, ତାଙ୍କ (ଧୋନି) ପାଖରେ କିଛି ମ୍ୟାଚରେ ଅନ୍ୟ ଖେଳାଳିଙ୍କୁ ପରଖିବା ପାଇଁ ବିକଳ୍ପ ଥିଲା। କିନ୍ତୁ ଏହି ସମୟରେ ମୁଁ ପାଇଥିବା ସୁଯୋଗର ଭରପୂର ଫାଇଦା ଉଠାଇଥିଲି, ଯେଉଁ କାରଣରୁ ମୋତେ ଆଉ ରିପ୍ଲେସ୍ କରାଗଲା ନାହିଁ ।

ଏସବୁ କେବଳ ଧୋନିଙ୍କ ପାଇଁ ସମ୍ଭବ ହୋଇଥିଲା, କାରଣ ସେ ମୋତେ ସର୍ବଦା ସମର୍ଥନ କରିଆସୁଥିଲେ। ସେ ମୋତେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ସୁଯୋଗ ଦେଲେ, ଯେଉଁ ସ୍ଥାନରେ ସାଧାରଣତଃ ଯୁବ ଖେଳାଳିଙ୍କୁ ସୁଯୋଗ ମିଳେ ନାହିଁ। କିନ୍ତୁ ଧୋନି ମୋ ଉପରେ ଭରସା ଦେଖାଇଥିଲେ, ଯେଉଁକାରଣରୁ ମୁଁ ସଫଳ ହୋଇପାରିଥିଲି ବୋଲି ବିରାଟ୍ କହିଛନ୍ତି।

ବିରାଟ ଆହୁରି କହିଛନ୍ତି, ଫିଲ୍ଡ ପ୍ଲେସମେଣ୍ଟ ଓ ବୋଲିଂ ପରିବର୍ତ୍ତନ କରିବାରେ ଧୋନି ମାହିର୍। ମ୍ୟାଚ୍ ଚାଲିଥିଲା ବେଳେ ମୁଁ ବାରମ୍ବାର ତାଙ୍କଠାରୁ ପରାମର୍ଶ ନିଏ। ତାଙ୍କ ପାଖରେ ଏସବୁର ଅଭିଜ୍ଞତା ମୋ’ଠାରୁ ବହୁତ ଅଧିକ। ମଇଦାନରେ ଆମେ ପରସ୍ପରକୁ ଯଥେଷ୍ଟ ସମ୍ମାନ ମଧ୍ୟ କରିଥାଉ। ଧୋନି ଏଭଳି ଜଣେ ଖେଳାଳି, ଯିଏ ଖେଳକୁ ଭଲ ଭାବେ ବୁଝନ୍ତି।

ସେ ପ୍ରଥମ ବଲରୁ ୩୦୦ତମ ବଲ୍ ପର୍ଯ୍ୟନ୍ତ ପିଚକୁ ବ୍ୟବହାରକୁ ଜାଣି ପାରନ୍ତି। ଏସବୁ ମାମଲାରେ ଧୋନିଙ୍କଠାରୁ ଶ୍ରେଷ୍ଠ ଆଉ କେହି ହୋଇପାରିବେ ନାହିଁ। ତା’ଛଡ଼ା ୱିକେଟ୍ ପଛରେ ଧୋନିଙ୍କ ଛିଡ଼ା ହେବା ଆମ ପାଇଁ କେତେ ଗୁରୁତ୍ୱ, ତାହା କେବଳ ମୁଁ ହିଁ କହିପାରିବି। ମ୍ୟାଚର ରଣନୀତି ସମ୍ବନ୍ଧରେ ଧୋନି ଓ ରୋହିତ ଶର୍ମାଙ୍କ ସହ ମୁଁ ଆଲୋଚନା କରେ। ଡେଥ୍ ଓଭରରେ ମୁଁ କେଉଁଠି ଫିଲ୍ଡିଂ କଲେ ଠିକ୍ ହେବ, ତାହା ମୋତେ ଜଣା।

୩୦-୩୫ ଓଭର ପରେ ମୁଁ ବାଉଣ୍ଡ୍ରୀରେ ଫିଲ୍ଡିଂ କରିବାକୁ ପସନ୍ଦ କରେ, କାରଣ ଏହି ସମୟରେ ବଲ୍ ଅଧିକ ବାଉଣ୍ଡ୍ରୀକୁ ଯାଇଥାଏ। ମୁଁ ବାଉଣ୍ଡ୍ରୀରେ ଫିଲ୍ଡିଂ କରିବା ଦ୍ୱାରା ଧୋନି ନିଜ ଉପରକୁ ସବୁ ଦାୟିତ୍ୱ ନିଅନ୍ତି ଏବଂ ମୁଁ ସାମାନ୍ୟ ରିଲାକ୍ସ ହୋଇଯାଏ। ତେଣୁ ଟିମରେ ଧୋନିଙ୍କ ଭୂମିକା କ’ଣ, ତାହା ହୁଏତ ମୋ’ଠାରୁ ଭଲଭାବେ କେହି କହିପାରିବେ ନାହଁ ବୋଲି ବିରାଟ୍ କହିଛନ୍ତି।



from Odisha Reporter http://bit.ly/2VQ5FdS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages