ଦୀର୍ଘ ୨୪ ବର୍ଷ ପରେ ଏକାଠି ବସିଲେ ମୁଲାୟମ ଓ ମାୟାବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 19, 2019

ଦୀର୍ଘ ୨୪ ବର୍ଷ ପରେ ଏକାଠି ବସିଲେ ମୁଲାୟମ ଓ ମାୟାବତୀ

ମୈନପୁର: ଦୀର୍ଘ ୨୪ ବର୍ଷର ବ୍ୟବଧାନ ପରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁଲାୟମ ସିଂହ ଯାଦବ ଓ ମାୟାବତୀ ଆଜି ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ବସି ପରସ୍ପରର ଗୁଣଗାନ କରିଛନ୍ତି। ଉତ୍ତର ପ୍ରଦେଶର ମୈନପୁର ଆସନରୁ ମୁଲାୟମ ସିଂହ ଯାଦବ ପ୍ରାର୍ଥୀ ହୋଇଥିବା ବେଳେ ଆଜି ଏଥିପାଇଁ ଏକ ବିଶାଳ ସମାବେଶ ର ଆୟୋଜନ କରାଯାଇଥିଲା। ଏଥିରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓ ସପା ସଭାପତି ଅଖିଲେଶ ଯାଦବ ମଧ୍ୟ ଯୋଗଦେଇଥିଲେ। ଏହି ସଭାରେ ମୁଲାୟମ ପ୍ରଥମେ ଉଦ୍‌ବୋଧନ ଦେଇ କହିଥିଲେ ଯେ “ଆଜି ମାୟାବତୀ ଏଠାକୁ ଆସିଛନ୍ତି। ଆମେ ତାଙ୍କୁ ଏଠାରେ ସ୍ୱାଗତ କରୁଛୁ। ଆଦର କରୁଛୁ। ମୋତେ ଖୁସି ଲାଗୁଛି ସେ ଆମର ପ୍ରଚାର ଓ ସମର୍ଥନ କରିବାକୁ ଏଠାକୁ ଆସିଛନ୍ତି।”

ଏହି ମୈନପୁର ଆସନରୁ ଦୀର୍ଘ ୧୫ ବର୍ଷ ହେଲା ମୁଲାୟମ ସିଂହ ଜିତି ଆସୁଛନ୍ତି।

ମାୟାବତୀ ମଧ୍ୟ ତାଙ୍କ ଉଦ୍‌ବୋଧନ ବେଳେ ମୁଲାୟମ ସିଂହଙ୍କୁ ପ୍ରଶଂସା କରିଥିଲେ। ମାୟାବତୀ କହିଛନ୍ତି, “ମୁଁ ଆଶା କରୁଛି ମୈନପୁରବାସୀ ଭୋଟ୍‌ ଦେଇ ମୁଲାୟମ ସିଂହଙ୍କୁ ରେକର୍ଡ ବ୍ୟବଧାନରେ ଜିତାଇବେ। ଉତ୍ତର ପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି ସର୍ବଦା ସବୁ ଶ୍ରେଣୀର ଉନ୍ନତି କରି ଆସିଛି। ସେ ପଛୁଆ ଓ ଦଳିତ ବର୍ଗଙ୍କ ପ୍ରକୃତ ନେତା।”

ମାୟାବତୀ ଆଜିର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଉପରେ ଜୋରଦାର ହମ୍‌ଲା କରିଛନ୍ତି। ବିଜେପି ଓ ମୋଦି କେବଳ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି।

୧୯୯୫ ଗେଷ୍ଟ ହାଉସ୍‌ ଘଟଣାକୁ ନେଇ ମୁଲାୟମ ଏବଂ ମାୟାବତୀଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୋଇଥିଲା। ମୁଲାୟମ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟିର କର୍ମୀମାନେ ବିଏସ୍‌ପି ବିଧାୟକ ଓ ମାୟାବତୀଙ୍କୁ ଅପହରଣ କରି ଏକ ଗେଷ୍ଟ ହାଉସ୍‌ରେ ବନ୍ଦୀ କରିଦେଇଥିଲେ। ଏପରି କି ମାୟାବତୀଙ୍କୁ ଏଠାରେ ଶାରୀରିକ ନିର୍ଯାତନା ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ସେବେଠାରୁ ସପା ଓ ବିଏସ୍‌ପି ମଧ୍ୟରେ ତିକ୍ତତା ଜାରି ରହିଥିଲା। କିନ୍ତୁ ଦେଶରେ ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେବା ଏହି ଦୁଇ ଶତ୍ରୁ ଦଳଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଶେଷରେ ଉଭୟ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ୧୯୯୩ ମସିହାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ବିଜେପି ବିରୋଧରେ ଏକ ହୋଇ ସପା ବିଏସ୍‌ପି ସହ ମେଣ୍ଟ କରିଥିଲା। କିନ୍ତୁ ଗେଷ୍ଟହାଉସ ଆକ୍ରମଣ ଘଟଣା ପରେ ୧୯୯୫ ଜୁନ ୨ରେ ବିଏସପି ମେଣ୍ଟରୁ ଓହରି ଯାଇଥିଲା। ଏହା ପରଦିନ ବିଜେପି ସମର୍ଥନରେ ମାୟାବତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।



from Odisha Reporter http://bit.ly/2Gyk9tH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages