ଇଭିଏମ୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଇଭିଏମ୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ!

ପୁରୀ (ମଧୁସୂଦନ ମିଶ୍ର): ଗୋଟିଏ ଦଳକୁ ଭୋଟ୍‌ ଦେଲେ ତାହା ଅନ୍ୟ ଦଳକୁ ଯାଉଛି! ଏପରି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ। ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଇଭିଏମ୍‌ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି।

ବ୍ରହ୍ମଗିରି କମା ଶାସନର ୨୨୨ ନମ୍ବର ବୁଥ୍‌ରେ ଗୋଟିଏ ଦଳକୁ ଭୋଟ ଦେଲେ ତାହା ଅନ୍ୟ ଦଳକୁ ଯାଉଥିଲା! ଏ ସମ୍ପର୍କରେ କେତେକ ଭୋଟର ପ୍ରିଜାଇଡିଂ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ଏହାକୁ ପ୍ରିଜାଇଡିଂ ଅଧିକାରୀ ଗୁରୁତ୍ୱର ସହ ନେଇ ନଥିଲେ। ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ଲୋକେ ଇଭିଏମ୍ ମେଶିନ୍‌ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ବୁଥ୍‌ରେ ବର୍ତ୍ତମାନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୂର୍ବରୁ କଟକ ଜିଲ୍ଲା ବଡ଼ମ୍ୱା ନିର୍ବାଚନମଣ୍ଡଳୀର ଝାଜିଆ ୟୁଜିଏମ୍‌ଇ ସ୍କୁଲର ବୁଥ୍‌ ନଂ ୧୯୬ରେ ଗୋଟିଏ ଦଳକୁ ଭୋଟ୍‌ ଦେଲେ ଅନ୍ୟ ଦଳକୁ ଯାଉଥିବା ନେଇ ଅଭିଯୋଗ ଆସିଥିଲା। ତେବେ ଯାଞ୍ଚ ବେଳେ EVM ଓ VVPATରେ ତ୍ରୁଟି ଥିବା ଜଣାପଡ଼ିବା ପରେ ସେଠାରେ ବର୍ତ୍ତମାନ ମତଦାନ ବନ୍ଦ ରହିଛି।



from Odisha Reporter http://bit.ly/2IQwqeh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages