ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ୧୩୫୦ କୋଟି ଟଙ୍କା ଟିକସ ଫାଙ୍କିଛନ୍ତି: ଆୟକର ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ୧୩୫୦ କୋଟି ଟଙ୍କା ଟିକସ ଫାଙ୍କିଛନ୍ତି: ଆୟକର ବିଭାଗ

kamalnath
ନୂଆଦିଲ୍ଲୀ: ‘ଚୌକିଦାର ଚୋର ହୈ’ ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ବାରମ୍ବାର ଆକ୍ଷେପ କରୁଥିବା ବେଳେ ଖୋଦ୍ ନିଜ ଦଳର ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ଟିକସ ଫାଙ୍କିଥିବାର ପ୍ରମାଣ ମିଳିଛି।
 
ଏପ୍ରିଲ ୭ ତାରିଖ ଦିନ ଦିଲ୍ଲୀ, ଭୋପାଲ, ଇନ୍ଦୋରର ବିଭିନ୍ନ ସ୍ଥାନ ସହିତ ହିନ୍ଦୁସ୍ଥାନ କ୍ଲିନ୍ ଏନର୍ଜି, ହିନ୍ଦୁସ୍ଥାନ ପାୱର ପ୍ରୋଜେକ୍ଟସ, ଦିଲ୍ଲୀ ସ୍ଥିତ ସ୍ୱିଫ୍ଟ ପାୱରଟେକ୍ ଆଦି କମ୍ପାନୀ ଉପରେ ଚଢ଼ଉ କରି ଆୟକର ବିଭାଗ ୧୩୫୦ କୋଟି ଟଙ୍କାର ଟିକସ ଫାଙ୍କି ଓ ନଗଦ ୩ କୋଟି ଟଙ୍କାର ସମ୍ପତ୍ତି ବାବଦରେ ପ୍ରମାଣ ପାଇଛି। ଏଥିସହ ୨୫୦ କୋଟି ଟଙ୍କାର ବେଆଇନ ନେଣଦେଣ ହୋଇଥିବାର ପ୍ରମାଣ ଏକ ହାତଲେଖା ଡାଏରୀରୁ ପାଇଛି। ରେଡ୍ ହୋଇଥିବା କମ୍ପାନୀ ହିନ୍ଦୁସ୍ତାନ ପାଓ୍ଵାର୍‌ ପ୍ରୋଜେକ୍ଟସ କମ୍ପାନୀ ବିରୋଧରେ ଟିକସ ଚୋରି ଅଭିଯୋଗ ଆସିବାପରେ ଆୟକର ବିଭାଗ ଏହି ଚଢ଼ଉ କରିଥିଲା। ଏହି କମ୍ପାନୀର ମାଲିକାନା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ରାତୁଲ ପୁରୀଙ୍କ ନାମରେ ରହିଛି।
 
ନିକଟରେ ରାତୁଲ ପୁରୀଙ୍କୁ ୩୬୦୦ କୋଟି ଟଙ୍କାର ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ମାମଲାରେ ଆୟକର ବିଭାଗ ପଚରା ଉଚରା କରିଥିଲା ।


from Odisha Reporter http://bit.ly/2GC1ZHu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages