‘ଫୋନି’ ପ୍ରଭାବରେ ୨ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

‘ଫୋନି’ ପ୍ରଭାବରେ ୨ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା

fani

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଫୋନି’ ଧୀରେ ଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଆସନ୍ତା ୩୦ ତାରିଖ ସୁଦ୍ଧା ‘ଫୋନି’ ଅତି ପ୍ରବଳ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳରେ ୨ରୁ ୩ ତାରିଖ ଯାଏ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

୨ ଓ ୩ ତାରିଖରେ ରାୟଗଡ଼ା, ଗଜପତି, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ବର୍ଷା ହୋଇପାରେ। ସେହିଭଳି ୩ ତାରିଖରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ସମୁଦ୍ରରେ ଆନ୍ଧ୍ର ଉପକୂଳ ଯାଏ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରି ଦେଇଛି ପାଣିପାଗ କେନ୍ଦ୍ର।

‘ଫୋନି’କୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି। ସ୍ଥିତି ଉପରେ ନଜର ରଖିବା ସହ ସଜାଗ ରହିବାକୁ ସେ କହିଛନ୍ତି। ଏଥିସହ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସହ ଯୋଗାଯୋଗ ବ୍ୟବସ୍ଥାକୁ ଯାଞ୍ଚ କରି ପ୍ରସ୍ତୁତ ରହିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ବାତ୍ୟା ‘ଫୋନି’ ଆଜି ଭୋର୍‌ ସାଢେ ୫ଟା ସୁଦ୍ଧା ଚେନ୍ନାଇଠାରୁ ୧୦୫୦ କିଲୋମିଟର ଏବଂ ମଛଲିପଟ୍ଟନମ ଉପକୂଳରୁ ୧୨୩୦କିଲୋମିଟର ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଏବଂ ତା’ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଭେରି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର-ପଶ୍ଚିମଦିଗକୁ ଗତି କରିବ ଏବଂ ତା’ ପରେ ଉତ୍ତର ପୂର୍ବ-ଦିଗକୁ ବୁଲିଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2UMgOem

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages