ଶ୍ରୀଲଙ୍କା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବାପା ଓ ଦୁଇ ପୁଅ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଶ୍ରୀଲଙ୍କା ବିସ୍ଫୋରଣର ମାଷ୍ଟରମାଇଣ୍ଡ ବାପା ଓ ଦୁଇ ପୁଅ ନିହତ

କଲମ୍ବୋ: ଶ୍ରୀଲଙ୍କାରେ ସଂଗଠିତ ସିରିଜ୍‌ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ କୁହାଯାଉଥିବା ଜଣେ ବ୍ୟକ୍ତି ଓ ତାଙ୍କର ଦୁଇ ପୁଅ ନିହତ ହୋଇଛନ୍ତି। ଏମାନେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହ ସମ୍ପର୍କ ରଖିଥିଲେ। ଶୁକ୍ରବାର ରାତିରେ ପୁଲିସ୍‌ ଏମାନଙ୍କ ଠିକଣା ଉପରେ ଚଢ଼ଉ କରିବା ବେଳେ ଏମାନଙ୍କର ମୃତ୍ୟୁ ଘଟିଥିବା ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ପୁଲିସ୍‌ ଏବଂ ନିହତ ବ୍ୟକ୍ତିଙ୍କ ସମ୍ପର୍କୀୟ ଏକଥା ଆଜି ଗଣାମାଧ୍ୟମକୁ କହିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଇଷ୍ଟର ରବିବାର କଲମ୍ବୋର ବିଭିନ୍ନ ସ୍ଥାନରେ ପାଖାପାଖି ୯ଟି ବିସ୍ଫୋରଣ ହୋଇଥିଲା। ଏଥିରେ ପ୍ରାୟ ୨୫୦ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସୋଶାଲ୍‌ ମିଡିଆରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଭିଡିଓ ଭାଇରାଲ୍‌ ହୋଇଥିଲା। ଏଥିସହ ଜଇନେ ହାସିମ, ରିଲୱାନ ହାସିମ ଓ ସେମାନଙ୍କ ବାପା ମହମ୍ମଦ ହାସିମଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେମାନେ ଅବିଶ୍ୱାସୀଙ୍କ ବିରୋଧରେ ଅଲ ଆଉଟ୍‌ ଯୁଦ୍ଧ ଡାକରା ଦେଉଥିବା ଦେଖିବାକୁ ମିଳିଥିଲା।

ଏମାନଙ୍କ ଇସାରାରେ ହିଁ ଆତ୍ମଘାତୀ ଆତଙ୍କବାଦୀମାନେ କଲମ୍ବୋରେ ଥିବା ୩ଟି ଚର୍ଚ୍ଚ ଓ ୩ଟି ହୋଟେଲ୍‌ରେ ଭୟଙ୍କର ବିସ୍ଫୋରଣ କରିଥିଲେ। ସମଗ୍ର ବିଶ୍ୱ ଏହି ଘଟଣାକୁ ନିନ୍ଦା କରିବା ପରେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ ନିଜକୁ ବିସ୍ଫୋରଣ ପାଇଁ ଦାୟୀ କରି ଏକ ଭିଡିଓ ଜାରି କରିଥିଲା।

ତେବେ ଅଲ ଆଉଟ୍‌ ଯୁଦ୍ଧ ଡାକରା ଦେଇଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ବାପା ପୁଅ ଲୁଚି ଥିବା ସ୍ଥାନରେ ସୁରକ୍ଷାକର୍ମୀମାନେ ଚଢ଼ଉ କରିବା ପୂର୍ବରୁ ସେମାନେ ନିଜକୁ ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଥିଲେ। ଏଥିରେ ୬ ଜଣ ଶିଶୁଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମଧ୍ୟ ଶ୍ରୀଲଙ୍କାରେ ହାଇଆଲର୍ଟ ଜାରି ରହିଛି। ବିଭିନ୍ନ ସହରରେ ୧୦ ହଜାରରୁ ଅଧିକ ଆର୍ମି ମୁତୟନ ହୋଇଛନ୍ତି।



from Odisha Reporter http://bit.ly/2ZFxMyM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages