ଡାକ୍ତର ଭୂଦାନ ମୁର୍ମୁଙ୍କୁ ନିର୍ବାଚନ ଲଢ଼େଇ ନଦେବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 4, 2019

ଡାକ୍ତର ଭୂଦାନ ମୁର୍ମୁଙ୍କୁ ନିର୍ବାଚନ ଲଢ଼େଇ ନଦେବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଚାକିରୀରୁ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫାକୁ ଅଟକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଆଦିବାସୀ ଶିକ୍ଷିତ ଯୁବକର ରାଜନୈତିକ ହତ୍ୟା କରିବାପାଇଁ ଯେଉଁ ଷଡଯନ୍ତ୍ର କରିଥିଲେ ତାହାର ଆଜି ଅନ୍ତ ଘଟିଛି ଓ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ବିଜେପି କହିଛି।

ସାରସକଣାରୁ ବିଜେପି ପ୍ରାର୍ଥୀ ଭୂଦାନ ମୁର୍ମୁ ଓ ବିଜେପି ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶିକ୍ଷିତ ଆଦିବାସୀ ଯୁବକ ମାନେ ରାଜନୀତିକୁ ଆସନ୍ତୁ, ତାଙ୍କ ଅଞ୍ଚଳର ବିକାଶ କରନ୍ତୁ, ଏକଥା ମୁଖ୍ୟମନ୍ତ୍ରୀ ଚାହୁଁନାହାନ୍ତି ଓ ତାଙ୍କର ଅସଲ ଉଦ୍ଦେଶ୍ୟର ପର୍ଦ୍ଦାଫାଶ ହୋଇଛିା ନବୀନ ନିବାସ ଆଗରେ ବିଜେପି ପ୍ରତିନିଧି ଦଳ ଗତକାଲି ସାରାଦିନ ଧାରଣାରେ ବସିବା ପରେ ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇ ଶେଷରେ ଡାକ୍ତର ମୁର୍ମୁଙ୍କ ଇସ୍ତଫାକୁ ମଞ୍ଜୁର କରିଛନ୍ତି। ଡାକ୍ତର ମୁର୍ମୁ ଗଣମାଧ୍ୟମ ଆଗରେ ନିଜର ଦୁଃଖ ବର୍ଣ୍ଣନା କରି କହିଛନ୍ତି ଯେ, ଦୀର୍ଘ ୬ ମାସ ହେଲା ସେ ଯେଉଁଭଳି ହଇରାଣ ହେଉଥିଲେ ତାହା ପଛରେ ବିଜେଡି ଦଳର ହାତ ରହିଛି। ସେ କେମିତି ନିର୍ବାଚନ ଲଢ଼ିବେନି, ତାହା ବିଜେଡି ଚାହୁଁଥିଲା। ସାରସକଣାର ବିକାଶ ପାଇଁ କାମ କରିବାରେ ରୋକ ଲଗାଇବା ପାଇଁ ନବୀନ ବାବୁ ଯେଉଁ କଣ୍ଟା ବିଛାଇଥିଲେ ତାହା ଆଜି ଦୂର ହୋଇଛି। ଏହା ସାରସକଣାବାସୀଙ୍କ ପାଇଁ ଏବଂ ବିଜେପି ପାଇଁ ବିଜୟ ବୋଲି ଡାକ୍ତର ମୁର୍ମୁ କହିଛନ୍ତି।

ସେହିପରି ବିଜେପି ସମ୍ପାଦକ ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଆଗରେ ଯେଉଁ ଡ୍ରାମା କରୁଥିଲେ ଏହାର ଚିତ୍ର ସାମ୍ନାକୁ ଆସିଛି। ଡ ମୁର୍ମୁ ହେଉଛନ୍ତି ଓଡିଶାର ପଛୁଆ ଅଞ୍ଚଳ ମୟୁରଭଞ୍ଜ ଜିଲ୍ଲାର ଜଣେ ଡାକ୍ତର ଯିଏ ଦୀର୍ଘ ୨୭ ବର୍ଷ କାଳ ସେଠାର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା କରିଆସୁଥିଲେ। ସେ ରାଜନୀତିକୁ ଆସି ମୟୂରଭଞ୍ଜ ବାସୀଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରିପାରିବେ ବୋଲି ଅକ୍ଟୋବର ୪ ତାରିଖ ଦିନ ତାଙ୍କର ଇସ୍ତଫା ପତ୍ର ଦେଇଥିଲେ। ନିର୍ବାଚନ ଲଢିବା ପାଇଁ ସମସ୍ତଙ୍କର ସାମ୍ବିଧାନିକ ଅଧିକାର ଅଛି, କିନ୍ତୁ ରାଜ୍ୟ ସରକାର ଏଥିରେ ବାଧକ ସାଜି ଯେଉଁ ସାଂଘାତିକ ଷଡ଼ଯନ୍ତ୍ର କରିଥିଲେ ତାହା ଓଡ଼ଶାବାସୀ ଜାଣିସାରିଲେଣି। ଓଡ଼ିଶାର ଶିକ୍ଷିତ ଆଦିବାସୀ ପିଲାମାନେ କିପରି ଆଗକୁ ନଯାଆନ୍ତୁ ଏବଂ ଆଦିବାସୀ ବର୍ଗର କୌଣସି ଉନ୍ନତି ନହେଉ, ସେଥିପାଇଁ ବିଜେଡି ଯେଉଁ ଷଡ଼ଯନ୍ତ୍ର ରଚିଥିଲା ତାହା ୪୮ ଘଣ୍ଟା ମଧ୍ୟରେ ପଦାରେ ପଡ଼ିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି।

ଆଠମଲ୍ଲିକର ବିଜେଡି ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା ଓ ତାଙ୍କ ନାଁରେ ଏବେ ବି ଭିଜିଲାନ୍ସ ମାମଲା ରହିଛି। ମାତ୍ର ତାଙ୍କୁ ବିଜେଡି ଦଳ ଟିକେଟ ଦେଇଛି। କିନ୍ତୁ ଯେତେବେଳେ ବିଜେପି ଜଣେ ସ୍ୱଚ୍ଛ ଏବଂ ଦକ୍ଷ ଡାକ୍ତରଙ୍କୁ ଲଢ଼ିବାର ସୁଯୋଗ ଦେଇଛି, ସେତେବେଳେ ତାଙ୍କ ଇସ୍ତଫାପତ୍ରକୁ ଦୀର୍ଘ ଦିନଧରି କାହିଁକି ଗ୍ରହଣ କରାଯାଇନଥିଲା ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସର ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ଏହାର କୌଣସି ଜବାବ ମିଳୁନଥିଲା। ରାତିରେ ପୁଲିସ୍ ଡିସିପି ଶ୍ରୀ ମୁର୍ମୁଙ୍କୁ ଧମକ ଦେଇ ସେଠାରୁ ଚାଲିଯିବାକୁ କହିଥିଲେ। ଦୀର୍ଘ ୬ ମାସ ହେବ ଇସ୍ତଫା ଦେଇ ସାରିଥିବା ବ୍ୟକ୍ତିଙ୍କୁ ଧମକ ଦେଇ ତାଙ୍କ ମନରେ ଭୟ ସୃଷ୍ଟି କରିବାକୁ ବରିଷ୍ଠ ପୁଲିସ୍ ଅଧିକାରୀ ଚେଷ୍ଠା କରିଥିଲେ। ଦୀର୍ଘ ୧୦ଘଣ୍ଟା କାଳ ନବୀନ ନିବାସ ସମ୍ମୁଖରେ ବସିଲା ପରେ ହେବ ହେବ ବୋଲି କାହିଁକି କହୁଥିଲେ। ପୁଲିସ୍ ଡିସିପି ନାଲିଆଖି ଦେଖାଇ ବିଜେପି ପ୍ରତିିନିଧି ଦଳକୁ ଧମକାଉଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ପ୍ରମୁଖ କାର୍ଯ୍ୟକର୍ତ୍ତା ସଂଞ୍ଜୀବ ମହାନ୍ତି ଉପସ୍ଥିତ ଥିଲେ।



from Odisha Reporter https://ift.tt/2IbLwuI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages