କ’ଣ ପାଇଁ ରସେଲ୍ ଏମିତି ଦୁର୍ଦ୍ଦଷ ବ୍ୟାଟିଂ କରୁଛନ୍ତି, ଆସନ୍ତୁ ଜାଣିବା କାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

କ’ଣ ପାଇଁ ରସେଲ୍ ଏମିତି ଦୁର୍ଦ୍ଦଷ ବ୍ୟାଟିଂ କରୁଛନ୍ତି, ଆସନ୍ତୁ ଜାଣିବା କାରଣ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଆନ୍ଦ୍ରେ ରସେଲଙ୍କ ଦୁର୍ଦ୍ଦଷ ବ୍ୟାଟିଂ ବୋଲରଙ୍କ ନିଦ ହଜେଇ ଦେଇଛି। ରସେଲଙ୍କୁ ଆଉଟ୍ କରିବା ପାଇଁ ବୋଲର ଯେତେ ରଣନୀତି ଆପଣାଇଥିଲେ ହେଁ, ସେଥିରେ ସେମାନେ ସଫଳ ହୋଇନାହାନ୍ତି। ଫଳସ୍ୱରୂପ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପକ୍ଷରୁ ଖେଳୁଥିବା ଏହି ବିସ୍ଫୋରକ ଅଲରାଉଣ୍ଡର ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୩୯ ଛକା ମାରିବାରେ ସଫଳ ହୋଇଛନ୍ତି।

ରସେଲ ଏବେ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତିନି ବର୍ଷ ପୂର୍ବେ ତାଙ୍କଠାରୁ ଏମିତି ପ୍ରଦର୍ଶନ ଦେଖିବାକୁ ମିଳୁନଥିଲା। ୨୦୧୬ରେ ରସେଲ୍ ଏଭଳି ହିଟ୍ କରୁଥିଲେ, କିନ୍ତୁ ଏତେ ସଂଖ୍ୟକ ଛକା ମାରିପାରୁନଥିଲେ। ତେବେ ବର୍ତ୍ତମାନ ରସେଲ୍ ଏତେ ଶକ୍ତିଶାଳୀ ହେଲେ କେମିତି। କ’ଣ ପାଇଁ ସେ ବୋଲରଙ୍କ ପାଇଁ ଆତଙ୍କ ସାଜିଛନ୍ତି। ଅନାଚକ୍ ତାଙ୍କ ଭିତରେ ଏମିତି ପରିବର୍ତ୍ତନ କେମିତି ଆସିଲା। ଖୋଦ୍ ରସେଲ ଏହି ରହସ୍ୟ ଉପରୁ ପର୍ଦ୍ଦା ହଟାଇଛନ୍ତି।

ଏକ ଟିଭି ଚ୍ୟାନେଲରେ ଦେଇଥିବା ସାକ୍ଷାତକାରରେ ରସେଲ୍ କହିଛନ୍ତି, ଆଜି ମୁଁ ଯେଉଁଭଳି ବ୍ୟାଟିଂ କରୁଛି, ତାହା ପଛରେ କ୍ରିସ୍ ଗେଲଙ୍କ ହାତ ରହିଛି, ଯାହାଙ୍କ ଗୋଟିଏ ପରାମର୍ଶ ମୋ ଭାଗ୍ୟ ବଦଳାଇ ଦେଲା। ରସେଲଙ୍କ ଅନୁଯାୟୀ, ଗେଲ୍ ମୋତେ ଭାରୀ ବ୍ୟାଟର ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ।

ପାୱାର ହିଟିଙ୍ଗ୍ ମାମଲାରେ ଗେଲ୍ ହିଁ ମୋ ଭାଗ୍ୟ ବଦଳାଇଥିଲେ। ମୁଁ ଗେଲଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଛି। ମୁଁ ପ୍ରଥମେ ହାଲକା ବ୍ୟାଟ୍ ବ୍ୟବହାର କରୁଥିଲି। ଏହି ବ୍ୟାଟରେ ମୁଁ ଯେତେବେଳେ ଛକା ମାରୁଥିଲି, ବଲ ବେଶୀ ଦୂର ଯାଉନଥିଲା। ୱାର୍ଲ୍ଡ କପ୍ ବେଳେ ଗେଲ୍ ମୋ ପାଖକୁ ଆସି କହିଥିଲେ, ତୁମେ ଏହାଠାରୁ ଯଦି ଅଧିକ ଜୋରରେ ମାରିବାକୁ ଚାହୁଁଛ, ତାହେଲେ ଭାରୀ ବ୍ୟାଟର ବ୍ୟବହାର କର।

ତୁମେ ବହୁତ ଶକ୍ତିଶାଳୀ, ତେଣୁ ତୁମକୁ ଭାରୀ ବ୍ୟାଟରେ ଖେଳିବାର ଆବଶ୍ୟକତା ରହିଛି। ତାଙ୍କର ଏହି ପରାମର୍ଶକ୍ରମେ ମୁଁ ୱାର୍ଲ୍ଡ ଟି-୨୦ରେ ଭାରୀ ବ୍ୟାଟ୍ ସହାୟତାରେ ଭାରତ ବିପକ୍ଷ ସେମିଫାଇନାଲରେ ୪୩ ରନର ବିସ୍ଫୋରକ ଇନିଂସ୍ ଖେଳି ନିଜ ଟିମକୁ ଜିତାଇଥିଲି। ଏହା ପରେ ମୋ ଭାଗ୍ୟ ବଦଳି ଯାଇଥିଲା ବୋଲି ରସେଲ୍ କହିଛନ୍ତି। କେବଳ ଭାରୀ ବ୍ୟାଟ୍ ନୁହେଁ ବରଂ ଜିମରେ କଠିନ ପରିଶ୍ରମ କରିବା ମଧ୍ୟ ରସେଲଙ୍କ ସଫଳତାର ଅନ୍ୟତମ କାରଣ। ତାଙ୍କର ୱାର୍କଆଉଟ୍ ଏନଏଫଏଲ୍ (ନ୍ୟାଶନାଲ ଫୁଟବଲ ଲିଗ୍) ଖେଳାଳିଙ୍କ ଭଳି ଅଟେ।

ରସେଲ୍ କହିଛନ୍ତି, “ମୁଁ କିଛି ବର୍ଷ ପୂର୍ବେ ଡେଲାସ ଯାଇଥିଲି ଏବଂ ସେଠାରେ ପେସାଦାର ଖେଳାଳିମାନେ କିପରି ଟ୍ରେନିଂ ନେଉଛନ୍ତି, ତାହା ଦେଖିବାକୁ ପାଇଲି। ସେମାନେ ଭାରୀ ଓଜନ ଆଦୌ ଉଠାନ୍ତି ନାହିଁ। ସେମାନେ କମ୍ ଓଜନକୁ ବାରମ୍ବାର ଉଠାନ୍ତି ଏବଂ ମୁଁ ମଧ୍ୟ ଠିକ୍ ସେୟା କଲି। ମୁଁ ମଧ୍ୟ ଅଧିକ ବଡ଼ ଓ ଭାରୀ ଶରୀର ଚାହୁଁନଥିଲି। ଏହି ଫିଟନେସ୍ କାରଣରୁ ମୁଁ ମଜଭୁତ୍ ହୋଇପାରିଛି।’

ଚଳିତ ସଂସ୍କରଣରେ ରସେଲ୍ ୯ ମ୍ୟାଚରେ ୨୨୦ରୁ ଅଧିକ ଷ୍ଟ୍ରାଇକରେଟ୍ରେ ୩୭୭ ରନ୍ କରିଛନ୍ତି। ଟି-୨୦ର କୌଣସି ଟୁର୍ଣ୍ଣାମେଣ୍ଟରେ ଏହା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏହା ପୂର୍ବରୁ ୨୦୧୫ରେ ସେ ୩୨୬ ରନ୍ କରିଥିଲେ।



from Odisha Reporter http://bit.ly/2VTqZ1P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages