ମାସୁଦକୁ ଘେରିବା ପାଇଁ ଚାଇନା ଯିବେ ବୈଦେଶିକ ସଚିବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ମାସୁଦକୁ ଘେରିବା ପାଇଁ ଚାଇନା ଯିବେ ବୈଦେଶିକ ସଚିବ!

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଭାରତ ତା’ର ଉଦ୍ୟମ ଜାରି ରଖିଛି। ବିଶ୍ୱର ପ୍ରାୟ ସବୁ ରାଷ୍ଟ୍ରକୁ ମାସୁଦ ବିରୋଧରେ ଏକାଠି କରିଥିବା ଭାରତ ଏବେ ଚାଇନା ଉପରେ ମଧ୍ୟ ଏହି ପ୍ରସଙ୍ଗରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ଏହିକ୍ରମରେ ଆସନ୍ତାକାଲିଠାରୁ ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ଦୁଇ ଦିନିଆ ଚାଇନା ଗସ୍ତରେ ଯାଉଥିବା ଜଣାପଡ଼ିଛି। ଏହି ଗସ୍ତ ସମୟରେ ଶ୍ରୀ ଗୋଖଲେ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁଙ୍କୁ ସାକ୍ଷାତ କରିବେ।

ଜାତିସଂଘ ସୁରକ୍ଷା ପରିଷଦରେ ଚାଇନା ଭିଟୋ ପ୍ରୟୋଗ କରି ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ ହେବାରୁ ସୁରକ୍ଷା ଦେଉଥିବାରୁ ଶ୍ରୀ ଗୋଖଲେ ଏହି ପ୍ରସଙ୍ଗ ୱାଙ୍ଗ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ତେବେ ବେଜିଂରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଏ ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି। ସେ କହିଛନ୍ତି, “ଶ୍ରୀ ଗୋଖଲେ ନିୟମିତ ଆଲୋଚନା ପାଇଁ ଚାଇନା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ଚାଇନାର ଷ୍ଟେଟ୍‌ କାଉନସିଲର ଓ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟୁଙ୍କୁ ୨୨ ତାରିଖରେ ସାକ୍ଷାତ କରିବେ।”

ଗତ ଫେବୃଆରୀ ୧୪ ପୁଲୱାମା ହମ୍‌ଲା ପରେ ଆମେରିକା, ବ୍ରିଟେନ୍‌ ଓ ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ ଆତଙ୍କୀ ଘୋଷଣା କରିବାକୁ ଏକ ପ୍ରସ୍ତାବ ଆଗତ କରିଥିଲେ। ତେବେ ଚାଇନା ଏହାକୁ ଅଟକାଇ ଦେଇଥିଲା। ଏହାକୁ ମିସାଇ ୪ର୍ଥ ଥର ପାଇଁ ଚାଇନା ଏଭଳି କରିଥିଲା। ଚାଇନା ମାସୁଦକୁ ସମର୍ଥନ କରି ଏହି ସମସ୍ୟା ତୁରନ୍ତ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ ବୋଲି ମଧ୍ୟ ମତ ଦେଇଥିଲା। ଏପରି ସ୍ଥିତିରେ ଗୋଖଲେଙ୍କ ଚାଇନା ଗସ୍ତ ନୂଆ ଆଶା ଆଣିଛି।



from Odisha Reporter http://bit.ly/2DmAdNa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages