
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସି ଆଜି ରାଜ୍ୟ ସରକାରଙ୍କ ଉପରେ ଜୋରଦାର୍ ଢଙ୍ଗରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଦଳର ଇସ୍ତାହାର ଉନ୍ମୋଚନ ଅବସରରେ ସେ ଅଭିଯୋଗ କରିଛନ୍ତି ଯେ, ବିଜେଡିର ଶାସନ କଂଗ୍ରେସ ଶାସନଠାରୁ ମଧ୍ୟ ନିକୃଷ୍ଟ ଧରଣର।
ବିଜେଡି ସରକାରରେ ନବୀନ ଆଗରେ ଥିଲେ ବି ପଛରେ ରହି ବାବୁମାନେ ହିଁ ଶାସନ କରୁଛନ୍ତି । ଦୂରଦୃଷ୍ଟିର ଅଭାବ, ଆଳସ୍ୟ, ଦୁର୍ନୀତି ଓଡ଼ିଶାକୁ ପତନ ଆଡ଼କୁ ନେଉଛି । ବିଜେଡିରେ ଏକ ବିଚିତ୍ର ଧରଣର ରାଜନୈତିକ ସଂସ୍କୃତି ଚାଲିଥିବା ଅଭିଯୋଗ କରିଛନ୍ତି ଶାହ। ସେ କହିଛନ୍ତି, ନବୀନ ନିଜ ସହଯୋଗୀଙ୍କୁ ସମ୍ମାନ କରନ୍ତି ନାହିଁ।
ସାଥୀଙ୍କ ପିଠିରେ ଛୁରି ଭୁଷନ୍ତି। ଯିଏ ବିକଳ୍ପ ଭାବେ ମୁଣ୍ଡ ଟେକିବାକୁ ଚେଷ୍ଟା କରେ, ତାକୁ ଦଳରୁ ବାହାର କରିଦିଅନ୍ତି ବୋଲି ସିଧାସଳଖ ନବୀନଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ଅମିତ ଶାହ। ତେବେ ଶାହଙ୍କ ଅଭିଯୋଗ ସଂପର୍କରେ ବିଜେଡିର ପ୍ରତିକ୍ରିୟା ମିଳି ପାରି ନାହିଁ।
from Odisha Reporter http://bit.ly/2InoelP
No comments:
Post a Comment