କ୍ରିଜ୍‌ ବାହାରେ ଥିଲେ ରାହୁଲ, ଥ୍ରୋ ୱିକେଟ୍‌ରେ ବାଜିଲା, କିନ୍ତୁ ନଟଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

କ୍ରିଜ୍‌ ବାହାରେ ଥିଲେ ରାହୁଲ, ଥ୍ରୋ ୱିକେଟ୍‌ରେ ବାଜିଲା, କିନ୍ତୁ ନଟଆଉଟ୍‌

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଏକ ବିରଳ ଘଟଣା ଘଟିଛି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ପଞ୍ଜାବ ପକ୍ଷରୁ ବ୍ୟାଟିଂ କରୁଥିବା କେଏଲ୍‌ ରାହୁଲ କ୍ରିଜ୍‌ ବାହାରେ ଥିବା ବେଳେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ରନ୍‌ ଆଉଟ୍‌ କରିବାକୁ ୱିକେଟ୍‌କୁ ବଲ୍‌ ଥ୍ରୋ କରିଥିଲେ।

ବଲ୍‌ ମଧ୍ୟ ୱିକେଟ୍‌ରେ ମାଡ଼ ହୋଇଥିଲା। କିନ୍ତୁ ରାହୁଲ ନଟଆଉଟ୍‌ ରହିଥିଲେ। ତେବେ ଆସନ୍ତୁ ଜାଣିବା କ’ଣ ହୋଇଥିଲା ଓ କାହିଁକି ରାହୁଲଙ୍କୁ ଆଉତ ଘୋଷଣା କରାଗଲା ନାହିଁ।

ପଞ୍ଜାବ ବ୍ୟାଟିଂ କରୁଥିବା ବେଳେ ୧୩ତମ ଓଭର୍‌ରେ ଏଭଳି ଘଟଣା ଘଟିଥିଲା। ରବୀନ୍ଦ୍ର ଜାଡେଜାଙ୍କ ଏକ ବଲ୍‌ରେ ରାହୁଲ ଏକ ରନ୍‌ ନେବାକୁ ଚେଷ୍ଟା କରୁଥିଲେ। ହେଲେ ବଲ୍‌ଟି ଧୋନିଙ୍କ ହାତରେ ପଡ଼ି ଯାଇଥିଲା। ରାହୁଲ କିନ୍ତୁ ଏହାକୁ ଦେଖି ପାରି ନଥିଲେ। ସେ ରନ୍‌ ନେବାକୁ ଚେଷ୍ଟା କରୁଥିବା ବେଳେ ଧୋନି ବେଶ ଚତୁରତାର ସହ ବଲ୍‌ଟିକୁ ୱିକେଟ୍‌କୁ ଥ୍ରୋ କରିଥିଲେ।

ବଲ୍‌ଟି ୱିକେଟ୍‌ରେ ମାଡ଼ ହେବା ସହ ବେଲ୍‌ରେ ଥିବା ଲାଇଟ୍‌ ମଧ୍ୟ ଜଳିଥିଲା। ହେଲେ ବେଲ୍‌ଟି ନ ଖସିବାରୁ ରାହୁଲଙ୍କୁ ଅମ୍ପାୟାର ଆଉଟ୍‌ ଘୋଷଣା କରି ନଥିଲେ। ଏହାକୁ ଦେଖି ନିଜେ ରାହୁଲ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ…



from Odisha Reporter http://bit.ly/2U2BkH0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages