ହାର୍ଦ୍ଦିକ ନିର୍ବାଚନ ଲଢ଼ିବାର ସବୁ ରାସ୍ତା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ହାର୍ଦ୍ଦିକ ନିର୍ବାଚନ ଲଢ଼ିବାର ସବୁ ରାସ୍ତା ବନ୍ଦ

hardik patel

ନୂଆଦିଲ୍ଲୀ: ପ୍ରଥମେ ଗୁଜରାଟ ହାଇକୋର୍ଟଙ୍କ ପରେ ଏବେ ସୁପ୍ରିମ୍‌କୋର୍ଟରୁ ମଧ୍ୟ ନିରାଶ ହୋଇଛନ୍ତି ଗୁଜରାଟର ପଟିଦାର ନେତା ତଥା କଂଗ୍ରେସ ଟିକେଟ୍‌ରେ ଲଢ଼ିବାକୁ ଆଶାୟୀ ଥିବା ହାର୍ଦ୍ଦିକ ପଟେଲ। ତାଙ୍କ ନାମରେ ଦଙ୍ଗା ମାମଲା ଥିବାରୁ ସେ ନିର୍ବାଚନ ଲଢ଼ିବା ନେଇ ସୁପ୍ରିମ୍‌କୋର୍ଟରେ କରିଥିବା ଜରୁରୀକାଳୀନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। କୌଣସି ମାମଲାରେ କୋର୍ଟ ସ୍ଥଗିତାଦେଶ ଦେଲେ ଯାଇ କେହି ଅଭିଯୁକ୍ତ ନିର୍ବାଚନ ଲଢ଼ିପାରିବେ ବୋଲି ନିୟମ ରହିଛି। ଅପରାଧୀଙ୍କୁ ଯଥାସମ୍ଭବ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖାଯିବା ପାଇଁ ଉଦ୍ଦିଷ୍ଟ ‘ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ୍ସ’ ଆକ୍ଟ ୧୯୫୧ ହାର୍ଦ୍ଦିକଙ୍କ ପାଇଁ ଅଡ଼ୁଆ ସାଜିଛି।

ଗତବର୍ଷ ଜୁଲାଇ ମାସରେ ହିଁ ବିସ୍‌ ନଗରର ଏକ ସେସନ୍ସ କୋର୍ଟ ହାର୍ଦ୍ଦିକଙ୍କୁ ବିସନଗର ଦଙ୍ଗା ମାମଲାରେ ୨ ବର୍ଷର ଜେଲଦଣ୍ଡାଦେଶ ଦେଇଥିଲେ। ଏହି ଦଙ୍ଗା ପଟିଦାର ସଂରକ୍ଷଣ ଦାବିରେ ସଂଘଟିତ ହୋଇଥିଲା ଏବଂ ହାର୍ଦ୍ଦିକ ଏହାର ନେତୃତ୍ୱ ନେଉଥିଲେ। ଗତ ବର୍ଷ ଅଗଷ୍ଟରେ ତାଙ୍କୁ ଜାମିନ୍ ଦିଆଯାଇଥିଲେ ମଧ୍ୟ ଦୋଷମୁକ୍ତ କରାଯାଇନାହିଁ।

ପଟେଲ ଗତ ମାର୍ଚ୍ଚ ୧୨ ତାରିଖରେ କଂଗ୍ରେସରେ ଯୋଗଦେଇ ଜାମ୍‌ନଗର ଲୋକସଭା ନିର୍ବାଚନ ଆସନରୁ ଲଢ଼ିବା ପାଇଁ ପୂରା ଦମ୍‌ ଲଗାଇଦେଇଥିଲେ। କିନ୍ତୁ ଗତ ଶୁକ୍ରବାର ଗୁଜରାଟ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦିଆଯାଇଥିବା ପୂର୍ବ ରାୟକୁ କାଏମ ରଖିଥିଲେ। ଫଳରେ ଏହା ବିରୋଧରେ ହାର୍ଦ୍ଦିକଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା। ଆସନ୍ତା ୪ ତାରିଖ ତାଙ୍କ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହୋଇଥିବାରୁ ସେ ନିର୍ବାଚନ ଲଢ଼ିବାର ସମସ୍ତ ରାସ୍ତା ଏକପ୍ରକାର ବନ୍ଦ ହୋଇଯାଇଥିବା କୁହାଯାଉଛି।

ଆଜି ଜଷ୍ଟିସ ଏମ୍ଏମ୍‌ ଶାନ୍ତାନାଗୌଡାର ଏବଂ ଜଷ୍ଟିସ୍ ନବୀନ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପଟେଲଙ୍କ ଓକିଲଙ୍କୁ କହିଥିଲେ, ହାଇକୋର୍ଟ ଗତ ଅଗଷ୍ଟରେ ରାୟ ଦେଇଥିବାରୁ ବର୍ତ୍ତମାନ ଏହି ମାମଲାରେ ଶୁଣାଣି କରିବା ଏତେ ଜରୁରୀ ନୁହେଁ।



from Odisha Reporter https://ift.tt/2uE8xhQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages