ବିଜେପିର ଆଶା ବସନ୍ତ, ଭକ୍ତଙ୍କୁ ଭରସିଛି କଂଗ୍ରେସ, ବିଜେଡିକୁ ପୁଷ୍ପେନ୍ଦ୍ର ସାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 2, 2019

ବିଜେପିର ଆଶା ବସନ୍ତ, ଭକ୍ତଙ୍କୁ ଭରସିଛି କଂଗ୍ରେସ, ବିଜେଡିକୁ ପୁଷ୍ପେନ୍ଦ୍ର ସାହା

ଭବାନୀପାଟଣା (ରାଜକୁମାର ସିଂଦେଓ):  ନିର୍ବାଚନର ତାରିଖ ଘୋଷଣା ପରେ ସାରା ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। କଳାହାଣ୍ଡିରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନକୁ ଏଠି ଆଉ ହାତ ଗଣତି ୧୧ ଦିନ ବାକି ଅଛି। ଏଣୁ ପ୍ରଚାର ଜମିଲାଣି। ତିନୋଟି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ହେଭିୱେଟ ପ୍ରାର୍ଥୀଙ୍କୁ ନେଇ ପ୍ରଚାର ଯୋରଦାର କରିଛନ୍ତି।

ଏଥର କଳାହାଣ୍ଡିରେ ତ୍ରୀମୁଖି ଲଢେଇ ହେଉଛି।  ବିଜେପି କଳାହାଣ୍ଡିରେ ସାଂସଦ ପ୍ରାର୍ଥୀ ଭାବେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ କଂଗ୍ରେସ ଭକ୍ତ ଚରଣ ଦାସଙ୍କୁ ଦେଇଛି ଟିକେଟ ।

ଏହି ୩ ବାହୁବଳୀ ପ୍ରାର୍ଥୀ କେହି କାହାକୁ କମ୍‌ ନୁହଁନ୍ତି। ଏହାକୁ ନେଇ ରାଜନୀତି ସମୀକରଣ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମ ଥର ପାଇଁ ବିଜେଡି ପୁଷ୍ପେନ୍ଦ୍ରଙ୍କୁ ଓ ବିଜେପି ବସନ୍ତଙ୍କୁ ସାଂସଦ ଟିକେଟ ଦେଇଛି। ହେଲେ କଂଗ୍ରେସ ଆଉ କଳାହାଣ୍ଡି ପାଇଁ ଭକ୍ତ ନୂଆ ନୁହଁନ୍ତି। ତାଙ୍କ ଦବଦବା ଏଠି ଆଗରୁ ରହି ଆସିଛି। ସେ ଏହି ସଂସଦୀୟ କ୍ଷେତ୍ରରେ ୩ ତିନି ଥର ନିର୍ବାଚନ ଲଢି ଜିତିଛନ୍ତି। ଏଣୁ ସେ ଜଣେ ଅଭିଜ୍ଞ ରାଜନେତା ହୋଇଥିବାରୁ ବିଜେଡି ଆଉ ବିଜେପିକୁ କଳାହାଣ୍ଡି ହାତେଇବାକୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ବିଜେପି ବସନ୍ତଙ୍କୁ ଏମ୍‌ପି ଟିକେଟ ଦେଇ ଭାଗ୍ୟ ପରୀକ୍ଷା କରାଇଛି। କାରଣ କେନ୍ଦ୍ରରେ ସରକାର ଗଠନ ଲାଗି ପ୍ରତିଟି ସିଟ୍‌ ବିଜେପି ପାଇଁ ମୂଲ୍ୟବାନ ବୋଲି କୁହାଯାଇପାରେ। ରାଜ୍ୟରେ ବିଜେଡିର ସ୍ଥିତି ଧୀରେ ଧୀରେ ଖରାପ ହେଉଥିବାରୁ ବିଜେଡି ବିଜୟ ଧାରା ବଜାଏ ରଖିବାକୁ ପୁଷ୍ପେନ୍ଦ୍ରଙ୍କ ସାହାରା ନେଇଛି ବିଜେଡି।

କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ସମୁଦାୟ ୭ ଟି ବିଧାନସଭା ଆସନ ରହିଛି। କଳାହାଣ୍ଡିରେ ୫ ଟି ବିଧାନସଭା ଆସନ ଓ ନୂଆପଡାରେ ୨ଟି ବିଧାନ ସଭା ଆସନ ରହିଛି। ଏତେବଡ଼ ସଂସଦୀୟ କ୍ଷେତ୍ରରେ କମ୍‌ ଦିନ ମଧ୍ୟରେ କିଭଳି ଭାବେ ପ୍ରଚାର କରିବେ ସମସ୍ତ ପ୍ରାର୍ଥୀଙ୍କୁ ଚିନ୍ତା ଘାରିଛି।

ପୂର୍ବଭଳି ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ ସହ ମାଳ ମାଳ କର୍ମୀ କି ସାଧାରଣ ଜନତା ପ୍ରଚାରରେ ବୁଲୁ ନାହାନ୍ତି। ପ୍ରଚାର ଗାଡି ସହ ପ୍ରାର୍ଥୀମାନେ ନିଜେ ହାତ ଗଣତି କର୍ମୀମାନଙ୍କ ସହ ଭୋଟ ଭିକ୍ଷା କରୁଛନ୍ତି। ଭୋଟର ସଚେତନ ହେଲେଣି। ଏଣୁ ଠିକ୍‌ ପ୍ରାର୍ଥୀଙ୍କୁ ବାଛି ଦିଲ୍ଲୀ ପଠାଇବେ ବୋଲି କହୁଛନ୍ତି।



from Odisha Reporter https://ift.tt/2I36OKO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages