
ଜାମନଗର: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ବିଜେପିରେ ସାମିଲ ହେବାର କିଛି ମାସ ଭିତରେ ତାଙ୍କ ପିତା ଓ ଭଉଣୀ ରବିବାର କଂଗ୍ରେସରେ ସାମିଲ ହୋଇଛନ୍ତି।
କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କ ଉପସ୍ଥିତିରେ ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂହ ଓ ଭଉଣୀ ନେନାବା ଜାମନଗର ଜିଲ୍ଲାର କଲବାଡ ସହରରେ ଏକ ନିର୍ବାଚନ ରାଲିରେ ପାର୍ଟିରେ ସାମିଲ୍ ହୋଇଛନ୍ତି। ଏହି ଅବସରରେ ଜାମନଗର କଂଗ୍ରେସ ଲୋକସଭା ପ୍ରାର୍ଥୀ ମୁଲୁ କାଣ୍ଡୋରିୟା ମଧ୍ୟ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଜାଡେଜାଙ୍କ ଭଉଣୀ ନେବାବା ନ୍ୟାଶନାଲ୍ ୱିମେନ୍ସ ପାର୍ଟିର ସଦସ୍ୟ ଥିଲେ। ଏହି ପାର୍ଟି ମହିଳାଙ୍କ ଅଧିକାରକୁ ନେଇ ବେଶ୍ ସକ୍ରିୟ। ନ୍ୟାଶନାଲ୍ ୱିମେନ୍ସ ପାର୍ଟି ନେନାବାଙ୍କୁ ମହାରାଷ୍ଟ୍ର, ଗୁଜରାଟ ଓ ରାଜସ୍ଥାନର ପ୍ରଭାରୀ ଭାବେ ନିଯୁକ୍ତ କରିଥିଲା। ତେବେ ବର୍ତ୍ତମାନ ନେନାବା ରାଜକୋଟରେ ନିଜ ଫ୍ୟାମିଲି ରେଷ୍ଟୁରାଣ୍ଟ ସମ୍ଭାଳୁଛନ୍ତି ।
ସୂଚନାଯୋଗ୍ୟ, ୩ ମାର୍ଚ୍ଚରେ ଜାଡେଜାଙ୍କ ପତ୍ନୀ ରିଭାବା ଜାମନଗରରେ ବିଜେପିରେ ସାମିଲ୍ ହୋଇଥିଲେ। ରିଭାବା କରଣୀ ସେନା ମହିଳା ବିଭାଗର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଗୁଜରାଟରେ ମୋଟ ୨୬ଟି ଲୋକସଭା ଆସନ ଅଛି ଏବଂ ୨୩ ଏପ୍ରିଲରେ ତୃତୀୟ ପର୍ଯ୍ୟାୟରେ ଏହିସବୁ ଆସନରେ ଭୋଟ୍ ଗ୍ରହଣ କରାଯିବ।
from Odisha Reporter http://bit.ly/2Z8Eq00
No comments:
Post a Comment