ସୁଶ୍ରୀଙ୍କ କମାଲ‍୍, ଫାଇନାଲରେ ଇଣ୍ଡିଆ ଗ୍ରୀନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ସୁଶ୍ରୀଙ୍କ କମାଲ‍୍, ଫାଇନାଲରେ ଇଣ୍ଡିଆ ଗ୍ରୀନ୍

ରାଞ୍ଚି: ଏଠାରେ ଚାଲିଥିବା ବିସିସିଆଇ ମହିଳା ଅଣ୍ଡର-୨୩ ଦିନିକିଆ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲରେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍ ଅବତୀର୍ଣ୍ଣ ହୋଇଛନ୍ତି। ସୋମବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ତୃତୀୟ ତଥା ଅନ୍ତିମ ଲିଗ୍ ମୁକାବିଲାରେ ଇଣ୍ଡିଆ ଗ୍ରୀନ୍ ୯୫ ରନରେ ଇଣ୍ଡିଆ ରେଡକୁ ପରାସ୍ତ କରିଛି।

ଇଣ୍ଡିଆ ଗ୍ରୀନ୍ ବିଜୟରେ କ୍ୟାପଟେନ୍ ତଥା ଓଡ଼ିଶା ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ସେ ମାତ୍ର ୧୩ ରନ୍ ଦେଇ ୩ ୱିକେଟ୍ ହାସଲ କରିଛନ୍ତି। ଏହି ମ୍ୟାଚରେ ଇଣ୍ଡିଆ ଗ୍ରୀନ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୧୯୫ ରନ କରିଥିଲା।

ଦଳ ପକ୍ଷରୁ ପ୍ରିୟା ପୁନିଆ ସର୍ବାଧିକ ୫୨, ଏସ୍. ସିନ୍ଦେ ୩୯, ଏସ୍ ଅନୁଶା ୩୨, ଦ୍ରିଶ୍ୟା ୨୪ ଓ ଅଞ୍ଜଳି ସାର୍ବନୀ ଅପରାଜିତ ୨୫ ରନ୍ କରିଥିଲେ। ଇଣ୍ଡିଆ ରେଡ୍ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ୩ଟି ଓ ଝାନସୀ ଲକ୍ଷ୍ମୀ ୨ଟି ୱିକେଟ୍ ନେଇଥିଲେ। ଜବାବରେ ଇଣ୍ଡିଆ ରେଡ୍ ୩୧.୪ ଓଭରରେ ମାତ୍ର ୧୦୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

ଦଳ ପକ୍ଷରୁ ଆର. କଳ୍ପନା ସର୍ବାଧିକ ୨୫ ରନ୍ କରିଥିଲେ। ଇଣ୍ଡିଆ ଗ୍ରୀନ୍ ଅଞ୍ଜଳି ୨ଟି ୱିକେଟ୍ ହାସଲ କରିଥିଲେ। ଏହା ପୂର୍ବରୁ ଇଣ୍ଡିଆ ଗ୍ରୀନ୍ ତା’ର ପ୍ରଥମ ମ୍ୟାଚରେ ଇଣ୍ଡିଆ ବ୍ଲୁ ନିକଟରୁ ୪ ୱିକେଟରେ ହାରିଥିଲା। ସେହିପରି ଇଣ୍ଡିଆ ରେଡ୍ ପ୍ରଥମ ମ୍ୟାଚରେ ଇଣ୍ଡିଆ ବ୍ଲୁ ଠାରୁ ୩ ୱିକେଟରେ ପରାସ୍ତ ହୋଇଥିଲା। ବୁଧବାର ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ଗ୍ରୀନ୍ ମଧ୍ୟରେ ଫାଇନାଲ୍ ମୁକାବିଲା ହେବ।



from Odisha Reporter http://bit.ly/2VYWbwX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages